ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁ ଦୋଷୀ ସାବ୍ୟସ୍ତ, ଜଗନ୍ନାଥ ମିଶ୍ର ଦୋଷମୁକ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସୋମବାର ତାଙ୍କ ନାମରେ ଥିବା ଗୋଖାଦ୍ୟ ଦୁର୍ନୀତି ସଂପର୍କିତ ୫ଟି ମାମଲା ମଧ୍ୟରୁ ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

ସିବିଆଇ କୋର୍ଟ ଦ୍ୱାରା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ବର୍ତ୍ତମାନ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ସୋମବାର ଦୁମ୍‌କା ଟ୍ରେଜେରିରୁ ଜାଲ୍‌ କାଗଜପତ୍ର ଜରିଆରେ ୩.୧୩ କୋଟି ଟଙ୍କା ଉଠାଣ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦିଓ ଦୁମ୍‌କା ବର୍ତ୍ତମାନ ଝାଡ଼ଖଣ୍ଡ ଅନ୍ତର୍ଗତ ଲାଲୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏହା ବିହାରରେ ଥିଲା।

ରାଞ୍ଚର ବିର୍ସାମୁଣ୍ଡା କାରାଗାରରେ ୧୩.୫ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦଙ୍କ ଶରୀର ସ୍ଥିତି ଶନିବାର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇନ୍ସେସ୍‌ରେ ଭର୍ତ୍ତି କରାଯାଇଛି।

ଏହି ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଶୁଣାଣି ମାର୍ଚ୍ଚ ୫ ତାରିଖରେ ହେବାର ଥିଲେ ହେଁ ଲାଲୁଙ୍କ ପକ୍ଷରୁ ବିଭିନ୍ନ ଆବେଦନ ଜରିଆରେ ଏହା ଘୁଞ୍ଚାଯାଇଥିଲା।ଏହି ମାମଲାରେ ଲାଲୁଙ୍କ ସମେତ ଜଗନ୍ନାଥ ମିଶ୍ର ଓ ଅନ୍ୟ ୨୧ ଅଧିକାରୀ ଅଭିଯୁକ୍ତ ଥିଲେ।

ସମ୍ବନ୍ଧିତ ଖବର