ହସ୍ପିଟାଲ୍‌ରେ ଭର୍ତିହେଲେ ଲାଲୁ

ମୁମ୍ବାଇ : ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବା ଯୋଗୁ ତାଙ୍କୁ ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତି କରାଯାଇଛି। ନିକଟରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଏବେ ସଂକ୍ରମଣ ଏବଂ ଅନ୍ୟ ରୋଗ ଯୋଗୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଖୁବ୍‌ଶୀଘ୍ର ସେ ଆରୋଗ୍ୟଲାଭ କରିବେ ବୋଲି ଟ୍ଵିଟ୍‌ କରି ତାଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଡିସେମ୍ବର ୨୩ରୁ ବିସ୍ରା ମୁଣ୍ଡା ସେଣ୍ଟ୍ରାଲ୍‌ ଜେଲ୍‌ରେ ରହୁଥିଲେ। ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ କିଛିଦିନ ହେଲା ତାଙ୍କୁ ଜାମିନ ଦିଆଯାଇଛି।

ସମ୍ବନ୍ଧିତ ଖବର