ପ୍ରତିଦିନ ଲାଲୁ ପ୍ରସାଦ ଯାଦବ ଖାଉଛନ୍ତି ଚାରିଟି ଅଣ୍ଡା, ଏହା ହେଉଛି କାରଣ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚି ଜେଲ୍‌ରେ ଥିବା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁଦିନ ବିଗିଡ଼ିବାରେ  ଲାଗିଛି। ଗତ କିଛିଦିନ ହେଲା ତାଙ୍କ ଚିକିତ୍ସା ଚାଲିଥିବା ନେଇ ସେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ରାଞ୍ଚି ରିମ୍ସରେ ଭର୍ତ୍ତି ହୋଇଛନ୍ତି। ଲାଲୁଙ୍କ କିଡନୀ ପାଖାପାଖି ୫୦ ପ୍ରତିଶତ କାମ କରୁଛି। ପ୍ରୋଟିନ୍‌ ଆବଶ୍ୟକତା ଥିବା ହେତୁ ହସ୍‌ପିଟାଲ୍‌ରେ ଲାଲୁଙ୍କୁ ପ୍ରତିଦିନ ଚାରିଟି ଅଣ୍ଡାର ଧଳା ଅଂଶ ଖାଇବାକୁ ଦିଆଯାଉଛି।  ବର୍ଷା ଦିନେ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟପ୍ରତି ଡାକ୍ତର ଅଧିକ ଯତ୍ନବାନ ହେବା ସହିତ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି।

ଲାଲୁଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ, କିଛିଦିନ ହେବ ଲାଲୁ ପ୍ରତିଦିନ ଆମ୍ବ ଖାଇ ଆସୁଥିଲେ। ଏଥିପାଇଁ ତାଙ୍କ ସୁଗାରସ୍ତର ବଢ଼ି ଯାଇଛି। ତେଣୁ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଇ ନିୟନ୍ତ୍ରଣକୁ ଅଣାଯାଉଛି। ଏହାପରଠାରୁ ଲାଲୁଙ୍କୁ ଆମ୍ବ ଖାଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦିଆଯାଇଛି। ତାଙ୍କ ରକ୍ତଚାପ ସ୍ଥିର ରହିଛି। ଏହାପୂର୍ବରୁ ତାଙ୍କ ଆମିଷ ଖାଇବା ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର