ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଦିନ ସିବିଆଇ ସ୍ୱତନ୍ତ୍ର କୋର୍ଟ ଜଜ୍ ଏସଏସ ପ୍ରସାଦ ୧୯୯୨-୯୩ ମସିହାରେ ଚାଇବାସା ଟ୍ରେଜେରିରୁ ୩୩.୬୭ କୋଟି ଟଙ୍କା ଦୁର୍ନିୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଶ୍ରୀ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଦୁର୍ନୀତିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।
ସୂଚନାଯୋଗ୍ୟ ଯେ ଯେ, ଚାଇବାସା ଟ୍ରେଜେରିରୁ ରାଜ୍ୟ ସରକାର ୭ଲକ୍ଷ ୧୦ ହଜାର ଟଙ୍କା ଉଠାଇବା ପାଇଁ ମଞ୍ଜୁର କରିଥିବା ବେଳେ ଚଞ୍ଚକତା କରାଯାଇ ତାହା ବଦଳରେ ଜାଲ ଆଲଟମେଣ୍ଟ ଚିଠି ବଳରେ ୩୩ କୋଟି ୬୭ ଲକ୍ଷ ଟଙ୍କାର ଉଠାଣ ହୋଇଥିଲା। ଏଥିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ସଜଲ ଚକ୍ରବର୍ତୀ ( ତତ୍କାଳୀନ ପଶ୍ଚିମ ସିଂହଭୂମି ଜିଲ୍ଲାର ଡେପୁଟି କମିସନର)ଙ୍କ ସମେତ ମୋଟ ୫୬ ଜଣ ଅଭିଯୁକ୍ତ ଥିଲେ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ରାଞ୍ଚିର ବିରସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ଅଛନ୍ତି। ତାଙ୍କୁ ସିବିଆଇ କୋର୍ଟ ଗତ ଜାନୁଆରି ୬ ତାରିଖ ଦିନ ଦେଓଘର ଟ୍ରେଜରି ଠକେଇ ମାମଲାରେ ସାଢ଼େ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ପୂର୍ବରୁ ମଧ୍ୟ ଲାଲୁ ଯାଦବ ୨୦୧୩ ମସିହାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ।
ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ
/sambad/media/post_attachments/wp-content/uploads/2018/01/Lalu-Yadav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)