ପୁଣି ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟ; ମାତ୍ର ୩୭ପ୍ରତିଶତ କାମ କରୁଛି କିଡନି

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚି ଜେଲ୍‌ ଥିବା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡ଼ି ଯାଇଛି। ରାଞ୍ଚିର ରିମ୍ସ (ରାଜେନ୍ଦ୍ର ଇନ୍‌ଷ୍ଟଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ରେ ଏକ ବର୍ଷ ହେବ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ କିଡନି ଦିନକୁ ଦିନ ଖରାପ ହୋଇଯାଉଥିବା କଥା କୁହାଯାଉଛି।

ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଡିକେ ଝାଙ୍କ କହିବାନୁସାରେ, ଲାଲୁଙ୍କ କିଡନି ମାତ୍ର ୩୭ପ୍ରତିଶତ କାମ କରୁଛି, ଯାହାକି ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଖବର ନୁହେଁ। କେବଳ ଏତିକି ନୁହେଁ, ତାଙ୍କ ରକ୍ତ ବି ସଂକ୍ରମଣ ହୋଇଛି। ରକ୍ତଚାପ ନିମ୍ନସ୍ତରକୁ ଚାଲି ଆସିଛି। ସାପ୍ତାହିକ ଯାଞ୍ଚରୁ ଜଣାପଡ଼ିଛି କି ତାଙ୍କ କିଡନି ୫୦ ପ୍ରତିଶତ ହ୍ରାସ ପାଇ ୩୭ ପ୍ରତିଶତ କାମ କରୁଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ତାଙ୍କୁ ଆଣ୍ଟିବାୟୋଟିକ୍‌ ଦିଆଯାଉଛି । ଯଥାସମ୍ଭବ ତାଙ୍କର ଚିକିତ୍ସା କରାଯାଉଛି। ଘଡ଼ିକି ଘଡ଼ି ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି। ଲାଲୁଙ୍କୁ ଚଲାବୁଲା କରିବାରେ ଅସୁବିଧା ହେଉଛି। ଖୁବ୍‌ଶୀଘ୍ର ଲାଲୁ ସୁସ୍ଥ ହୋଇଯିବେ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର