ଭାଜପା ସରକାର ଲାଲୁଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି:ରାବ୍ରୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତ୍ରୀ ରାବ୍ରୀ ଦେବୀ ବିଜେପି ବିରୋଧରେ କଡ଼ା ଅଭିଯୋଗ ଆଣିଛନ୍ତି। ଭାଜପା ସରକାର ଲାଲୁ ପ୍ରସାଦ ଯାଦବଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି ବୋଲି ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବିହାର ଗୋ-ଖାଦ୍ୟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଜେଲ ଦଣ୍ଡ ଭୋଗୁଛନ୍ତି। ଅସୁସ୍ଥତା ହେତୁ ତାଙ୍କୁ ରାଞ୍ଚିସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏମିତିରେ ଲାଲୁୁଙ୍କୁ ସପ୍ତାହରେ ଗୋଟିଏ ଦିନ ଶନିବାର ତିନିଜଣଙ୍କୁ ଭେଟିବାର ଅନୁମତି ରହିଛି। ଏହି ଅନୁମତି ମିଳିବା ପରେ ବି ବର୍ସା ମୁଣ୍ଡା ଜେଲ ପ୍ରଶାସନ ଆଇନ ବ୍ୟବସ୍ଥାର ସମସ୍ୟା ଆଧାରରେ ଲାଲୁଙ୍କୁ ତିନିଜଣ ଲୋକଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ଏହାକୁ କେନ୍ଦ୍ରକରି ରାବ୍ରୀ ଦେବୀ ଭାଜପା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

News24

ଏନେଇ ରାବ୍ରୀ ଟୁଇଟ କରି ଲେଖିଛନ୍ତି, ଯେ ତାଙ୍କ ସାନ ପୁଅ ତେଜସ୍ୱୀ ଯାଦବ ବାପା ଲାଲୁଙ୍କୁ ଭେଟିବା ପାଇଁ ଆବେଦନ କରିଥିଲେ। ହେଲେ ବିଜେପି ସରକାର ତାଙ୍କୁ ଏଥିପାଇଁ ଅନୁମତି ଦେଲେ ନାହିଁ। ମାସେ ହେବ ପରିବାରର କୌଣସି ସଦସ୍ୟଙ୍କୁ ଲାଲୁଙ୍କୁ ଭେଟିବାକୁ ଦିଆଯାଉନାହିଁ । ବିଜେପି ସରକାର ଲାଲୁଙ୍କୁ ହସ୍ପିଟାଲରେ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛନ୍ତି । ଭାରତ ସରକାର ପାଗଳ ହୋଇଯାଇଛନ୍ତି। ଆଇନ ବାହାରେ ଲାଲୁଙ୍କ ପ୍ରତି କଠୋର ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି

ସମ୍ବନ୍ଧିତ ଖବର