ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଶନିବାର ଦିନ ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୂର୍ବତନ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୧୪ ବର୍ଷ କାରାଦଣ୍ଡାଦେଶ ହୋଇଛି। ଜେଲ୍‌ ସହ ତାଙ୍କୁ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ରାଞ୍ଚି ଠାରେ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ର ଏକ ସ୍ୱତନ୍ତ୍ର ଅଦାଲତ ମାର୍ଚ ୧୯ ତାରିଖ ଦିନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପୂର୍ବରୁ ଲାଲୁଙ୍କୁ ୭ ବର୍ଷ ଜେଲ୍ ଓ ୩୦ ଲକ୍ଷ ଟଙ୍କା ଜରିମାନା ହୋଇଥିଲା ବୋଲି ଖବର ପ୍ରକାଶ ପାଇଥିଲା।

ଅନ୍ୟ ମାମଲାଗୁଡ଼ିକରେ ମଧ୍ୟ ଲାଲୁ ପ୍ରସାଦଙ୍କୁ ୫ ବର୍ଷ, ୩ବର୍ଷ ଏବଂ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ଏହି ଦଣ୍ଡାଦେଶ ସବୁ ଏକତ୍ର ନୁହେଁ, ଭିନ୍ନ ଭିନ୍ନ ଲାଗୁ ହେବ। ଅପରାଧିକ ଷଡ଼ଯନ୍ତ୍ରର ବିଭିନ୍ନ ଧାରାରେ ତାଙ୍କୁ ଦଣ୍ଡ ଦିଆଯାଇଛି।

ଦୁମକା ଗୋଖାଦ୍ୟ ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଲାଲୁଙ୍କୁ ସହ ଅନ୍ୟ ୧୯ ଜଣ ଅଭିଯୁକ୍ତ ରାଜକୋଷରୁ ଅନୈତିକ ଭାବେ ୩. ୧୩ କୋଟି ଟଙ୍କା ବେଆଇନ୍‌ ଭାବେ ଉଠାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ବିଚାରାଧୀନ ଥିବା ପଞ୍ଚମ ମାମଲାଟି ହେଉଛି ରାଞ୍ଚିସ୍ଥିତ ଦୋରନ୍ଦା ଟ୍ରେଜରିରୁ ୧୩୯ କୋଟି ଟଙ୍କାର ଜାଲିଆତି ଉଠାଣ। ତାହା ଅଦାଲତରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର