ପାଟନା/ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲା ଅନ୍ତର୍ଗତ ଦେଓଘର କୋଷାଗାର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଜଜ ଶିବପାଳ ସିଂହ ଏହି ମାମଲାର ରାୟ ଶୁଣାଣି କରିଥିଲେ।
ଲାଲୁଙ୍କୁ ଗୋଟିଏ ମାମଲାରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୦୭, ୪୬୭, ୪୬୮, ୪୦୯ ଆଦିରେ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ସାଢ଼େ ୩ ବର୍ଷର ଜେଲ ଦଣ୍ଡ ହୋଇଛି। । ରାୟ ପ୍ରକାଶ ପାଇବା ପରେ ଲାଲୁ ପ୍ରସାଦଙ୍କୁ ସିଧା ରାଞ୍ଚିସ୍ଥିତ ବିର୍ସାମୁଣ୍ଡା ଜେଲକୁ ନିଆଯାଇଥିଲା।
/sambad/media/post_attachments/wp-content/uploads/2018/01/06lalu-300x210.jpg)
ତେବେ ଲାଲୁଙ୍କୁ ନେଇ ଏକ ଖବର ପ୍ରକାଶ ପାଇଛି କି, ଜେଲରେ ଲାଲୁଙ୍କ ସେବା ପାଇଁ ତାଙ୍କର ଦୁଇଜଣ ପାଖ ଲୋକ ନିଜ ଉପରେ ମିଥ୍ୟା ଚୋରି ମାମଲା ରୁଜୁ କରି ଜେଲ ପହଞ୍ଚି ଯାଇଛନ୍ତି । ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁଇ ବ୍ୟକ୍ତି ଲାଲୁଙ୍କ ପାଖଲୋକ। ଜଣଙ୍କ ନାମ ମଦନ ଯାଦବ ଓ ଅନ୍ୟ ଜଣଙ୍କ ନାମ ଲକ୍ଷ୍ମଣ ମାହତୋ ବୋଲି ଜଣାପଡ଼ିଛି। ଲକ୍ଷ୍ମଣ ଲାଲୁଙ୍କ ରୋଷେୟା ବୋଲି କୁହାଯାଉଛି। ଲାଲୁ ଯାଦବଙ୍କ ସେବା କରିବା ପାଇଁ ତାଙ୍କର ଏହି ଦୁଇ ପାଖଲୋକ ନିଜ ଉପରେ ମିଥ୍ୟା ମାମଲା ରୁୁଜୁ କରି ଜେଲ ପହଞ୍ଚିଛନ୍ତି।
/sambad/media/post_attachments/wp-content/uploads/2018/01/fodder-scam-case-lalu-prasad-yadav-sentenced-to-3-5-years-in-jail-300x169.jpg)
ସୂଚନାଯୋଗ୍ୟ, ମଦନ ଓ ଲକ୍ଷ୍ମଣ ଅନ୍ୟ ଜଣେ ଯୁବକର ସାହାଯ୍ୟ ନେଇ ନିଜ ଉପରେ ମାରପିଟ୍ ଓ ୧୦ହଜାର ଟଙ୍କା ଲୁଟି ନେବାର ଅଭିଯୋଗ ଡୋରଣ୍ଡା ଥାନାରେ ରୁଜୁ କରିଥିଲେ। ଏହାକୁ ଏକ ସାଧାରଣ ମାମଲା ଭାବି ପୁଲିସ ମଦନ ଓ ଲକ୍ଷ୍ମଣଙ୍କୁ ଜେଲ ପଠାଇବା ପାଇଁ ମନା କରିଦେଇଥିଲା। ଏହାପରେ ଦୁଇଜଣ ଅପରାଧୀ ବନି ଲୋୟର ବଜାର ଥାନାରେ ପହଞ୍ଚିଥିଲେ। ଦୁହିଁଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୪୧,୩୨୩,୫୦୪ ଓ ୩୭୯ ଓ ୩୪ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୋଗ ପତ୍ରରେ ଲକ୍ଷ୍ମଣ ଓ ମଦନଙ୍କ ଠିକଣା ଗଙ୍ଗା ଖଟାଲ ନ୍ୟୁ ସାକେତ ନଗର ରାଞ୍ଚି ଦିଆଯାଇଛି। ଏ ଦୁହେଁ ରାଞ୍ଚିରେ ଦୁଗ୍ଧ ବ୍ୟବସାୟ କରୁଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/lalu-prasad-yadav.jpg)
ଉଲ୍ଲେଖଯୋଗ୍ୟ, ୯୦୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତିରେ ଫସିଥିବା ଲାଲୁଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ସେଥିରୁ ଗୋଟିଏ ମାମଲାରେ ୬ବର୍ଷ ଜେଲ ଦଣ୍ଡ ମିଳି ସାରିଛି। ଲାଲୁଙ୍କ ବିରୋଧରେ ଅନ୍ୟ ୫ଟି ମାମଲାରେ ଶୁଣାଣି ଜାରି ରହିଛି। ମାମଲାର ଶୁଣାଣି ସିବିଆଇ କୋର୍ଟରେ ୧୯୯୬ରୁ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/lalu-in-jail.jpeg)