ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ଜାମିନ ମଂଜୁର କରିଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି। ଆଜି ସକାଳେ ସେମାନେ କୋର୍ଟରେ ହାଜର ହୋଇଥିଲେ। ଆର୍ଜେଡି ସୁପ୍ରିମୋଙ୍କୁ ହ୍ବିଲଚେୟାରରେ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନାନୁଯାୟୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଆଗକୁ କୋର୍ଟରୁମ୍ରେ ନିଜେ ହାଜର ହେବେ କି ନା’ ସେନେଇ ତାଙ୍କ ଡାକ୍ତରମାନେ ନିଷ୍ପତ୍ତି ନେବେ। ଲାଲୁ, ରାବଡି ଓ ମିସାଙ୍କୁ ଜାମିନ ମିଳିବା ଖୁସିରେ ଜନୈକ ଆର୍ଜେଡି ବିଧାୟକ ବିହାର ବିଧାନସଭାରେ ଲଡ଼ୁ ବାଣ୍ଟିବା ପରେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ। ଦୁଇଦଳର ନେତାଙ୍କ ଭିତରେ ଏହାକୁ ନେଇ ଲଢ଼େଇ ଚାଲିଥିବା ବେଳେ ବିଧାନସଭାରେ ଲଡ଼ୁ ଫିଙ୍ଗାଫିଙ୍ଗି ହେବା ଦେଖିବାକୁ ମିଳିଥିଲା।
ଲାଲୁ, ରାବଡି ଓ ମିସାଙ୍କୁ ଜାମିନ, ବିଧାନସଭାରେ ଲଡ଼ୁ ଫିଙ୍ଗାଫିଙ୍ଗି
/sambad/media/post_attachments/wp-content/uploads/2022/10/lalu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)