ନୂଆଦିଲ୍ଲୀ: ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିବା ବେଳେ ଏହା ପଛରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶ ରହିଛି ବୋଲି ଆଜି କହିଛନ୍ତି। କଂଗ୍ରେସ ପ୍ରକୃତ ଅର୍ଥରେ ଏକ ଜାତୀୟ ଦଳ ଏବଂ ସେଭଳି ଦଳରେ ଯୋଗଦେଲେ କିଛି ସମସ୍ୟା ନାହିଁ ବୋଲି ତାଙ୍କୁ ପାରିବାରିକ ବନ୍ଧୁ ଲାଲୁ ପ୍ରସାଦ କହିଥିଲେ ବୋଲି ସିହ୍ନା କହିଛନ୍ତି। ତାଙ୍କୁ ଆମ୍ ଆଦ୍ମି ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିରେ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିଲା, କିନ୍ତୁ ମୁଁ ଏକ ଜାତୀୟ ଦଳକୁ ଚୟନ କଲି ବୋଲି ସେ କହିଛନ୍ତି। ବିଜେପିରେ ଦୀର୍ଘ ବର୍ଷ ଧରି ରହିଥିବାରୁ ଦଳ ଛାଡ଼ିବା ମୋ ପାଇଁ କଷ୍ଟକର ଥିଲା, କିନ୍ତୁ ମୋ ପ୍ରତି ଯେଭଳି ଅନ୍ୟାୟ କରାଗଲା ସେଥିରେ ଏଭଳି ନିଷ୍ପତ୍ତି ନେବାକୁ ମୁଁ ବାଧ୍ୟ ହେଲି ବୋଲି ସିହ୍ନା କହିଛନ୍ତି।
କଂଗ୍ରେସରେ ଯୋଗଦେବା ପାଇଁ ଲାଲୁ ପରାମର୍ଶ ଦେଇଥିଲେ: ଶତ୍ରୁଘ୍ନ ସିହ୍ନା
/sambad/media/post_attachments/wp-content/uploads/2019/04/download-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)