ବୁଦ୍ଧିମାନ ଲାଲୁ ଜେଲରେ ଥାଇ ବି ସୋସିଆଲ ମିଡିଆରେ ସକ୍ରିୟ
କାର୍ଯ୍ୟାଳୟ ଓ ପରିବାର ସଦସ୍ୟଙ୍କ ଦ୍ୱାରା ଟୁଇଟର ଚାଲିବ: ଲାଲୁ
ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରେ ଥାଇ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ତାଙ୍କର ଅନୁଗାମୀଙ୍କ ସହିତ କେମିତି ସମ୍ପର୍କରେ ରହିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଜେଲର ଚାରି କାନ୍ଥ ଭିତରେ ଦିନ ବିତାଉଥିବା ଲାଲୁ ଟୁଇଟର ମାଧ୍ୟମରେ ଲୋକଙ୍କ ସହିତ ସମ୍ପର୍କ ରଖିବେ। ହାତରେ ମୋବାଇଲ, କମ୍ପୁଟର କିମ୍ବା ଇଣ୍ଟରନେଟ୍ ନଥିଲେ ବି ଲାଲୁ ଅତ୍ୟାଧୁନିକ ସୁବିଧା ଓ ବୁଦ୍ଧି ବଳରେ ଲୋକଙ୍କୁ ନିଜ ମନ କଥା ସେୟାର କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଗତ କିଛି ମାସ ହେବ ସୋସିଆଲ ମିଡିଆରେ ସକ୍ରିୟ ଥିବା ଲାଲୁ ଯେତେବେଳେ ଜେଲରେ ଅଛନ୍ତି, ତାଙ୍କ ପ୍ରଶଂସକ ନିଶ୍ଚିତ ଭାବରେ ତାଙ୍କୁ ମନେ ପକାଉଥିବେ। ୪୮ ଘଣ୍ଟା ପର୍ଯ୍ୟନ୍ତ ଟୁଇଟ କରିପାରି ନଥିବାରୁ ଲାଲୁ ଶେଷରେ ଲୋକଙ୍କ ସହିତ ସମ୍ପର୍କ ଯୋଡ଼ିବା ପାଇଁ ନୂଆ ଉପାୟ ବାହାର କରିଛନ୍ତି। ଗିରଫ ହେବା ପୂର୍ବରୁ ସେ ରବିବାର ଶେଷ ପୋଷ୍ଟ କରିଥିଲେ।
୯୫୦ କୋଟି ଟଙ୍କା ଗୋଖାଦ୍ୟ ଦୁନୀତି ଅଭିଯୋଗରେ ଅରଜେଡି ସୁପ୍ରିମୋ ଲାଲୁ ଭାରତୀୟ ଦଣ୍ଡ ସଂହିତା ଧାରା ୪୦୭, ୪୬୭, ୪୬୮ ଓ ୪୦୯ ଦୋଷୀ ସାବ୍ୟସ୍ତ ହେବା ପରେ ୪ ଦିନ ହେବ ଝାରଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ଜେଲରେ ଦିନ କାଟୁଛନ୍ତି। ଲାଲୁଙ୍କ କଏଦୀ ନମ୍ବର ହେଉଛି ୩୩୫୧। ଭିଆପି କୋଠରିରେ ଅତୀତର ଭୁଲକୁ ଖାତିର ନକରି ଲାଲୁଙ୍କୁ ଜେଲରେ ରୁଟି, ଡାଲି ଓ କୋବି ତରକାରି ମିଳୁଛି। ଲାଲୁଙ୍କୁ ଚୌକି, କମ୍ବଳ, ତକିଆ, ମସାରି ଓ ଟିଭି ମଧ୍ୟ ଦିଆଯାଇଛି।
ଲାଲୁ ସୋମବାର ସନ୍ଧ୍ୟାରୁ ପୁଣି ଥରେ ଟୁଇଟରକୁ ଫେରିଛନ୍ତି। ହେଲେ ସିଧା ସଳଖ ନୁହେଁ। ବିକଳ୍ପ ଉପାୟରେ ସେ ଟୁଇଟରକୁ ଆସିଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ଏଣିକି ସେ ତାଙ୍କ ପ୍ରଶଂସକଙ୍କ ସହିତ କଥାବାର୍ତା କରିବେ।
ଲାଲୁ କହିଛନ୍ତି, ଏଣିକି ସେ କୌଣସି ପ୍ରସଙ୍ଗ ହେଉ ଅଥବା ବିହାର ଓ ଜାତୀୟ ପ୍ରସଙ୍ଗରେ ସେ ଟୁଇଟ କରି ପାରିବେ। ତାଙ୍କ ଟୁଇଟରକୁ ଆରଜେଡି କାର୍ଯ୍ୟାଳୟ ଅଥବା ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳନା କରାଯିବ।
ଏବେ ପ୍ରଶ୍ନ ଉଠୁଛି, ଲାଲୁଙ୍କ କାର୍ଯ୍ୟାଳୟ ଅଥବା ପରିବାର ଲୋକେ କେମିତି ଟୁଇଟରକୁ ପରଚାଳନା କରିବେ? ଲାଲୁ କ’ଣ ଟୁଇଟର କରିବାକୁ ଚାହାନ୍ତି, ପରିବାର ଲୋକେ କେମିତି ଜାଣିବେ?
Dear friends! While in jail, My Twitter handle shall be operated by my office in consultation with family. I shall speak my mind through visitors. The fight to preserve the Constitution & protect the rights of vulnerable groups shall go on.
— Lalu Prasad Yadav (@laluprasadrjd) December 25, 2017
ଏଥି ପାଇଁ ଚିନ୍ତା କରିବାର ଦରକାର ନାହିଁ। ଏଥି ପାଇଁ ସେମାନେ ଜେଲକୁ ଲାଲୁଙ୍କ ପରିଦର୍ଶନରେ ଯାଇଥିବା ଲୋକଙ୍କୁ ଯୋଗାଯୋଗ କରାଯିବ। ଯେଉଁ ଲୋକମାନେ ଲାଲୁଙ୍କୁ ବିର୍ସା ମୁଣ୍ଡା ଜେଲରେ ଭେଟିବେ, ଲାଲୁଙ୍କ ଅନୁଭୂତିକୁ ପରିବାର ସଦସ୍ୟ ଅଥବା ଦଳୀୟ କର୍ମୀଙ୍କୁ କହିବେ। ତା’ ପରେ ଲାଲୁଙ୍କ ଭାବନାକୁ ଟୁଇଟରରେ ସେୟାର କରାଯିବ।
ଲାଲୁ ଟୁଇଟରରେ ଲେଖିଛନ୍ତି, ପ୍ରିୟ ବନ୍ଧୁ! ମୁଁ ଯେତେବେଳେ ଜେଲରେ ଅଛି, ମୋର ଟୁଇଟର ପରିବାରର ନିର୍ଦ୍ଦେଶରେ ମୋର କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହେବ। ମୋତେ ଭେଟି ଆସିଥିବା ଲୋକଙ୍କୁ ମୁଁ ମୋର ଅନୁଭୂତି କହିବି।