ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ବରିଷ୍ଠ ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କ କିଡନି ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଏଠା‌କାର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍‌ରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ତାଙ୍କର କିଡ୍‌ନି ୫୦ ପ୍ରତିଶତ କାର୍ଯ୍ୟ କରୁଥିବାବେଳେ ପରେ ଏହା ୩୭ ପ୍ରତିଶତ ସ୍ତରକୁ ଖସିଆସିଛି। ଏତଦବ୍ୟତୀତ ଲାଲୁଙ୍କର ରକ୍ତ ଶର୍କରା ଏବଂ ରକ୍ତ ଚାପ ମଧ୍ୟ ସ୍ଥିର ରହୁନାହିଁ। ତାଙ୍କୁ ଉଚ୍ଚ ଡୋଜ୍‌ର ଆଣ୍ଟିବାୟୋଟିକ୍ ଦିଆଯାଇଛି। ଏଥିଯୋଗୁ ତାଙ୍କର କିଡନି ପ୍ରଭାବିତ ହୋଇଛି ବୋଲି ଡାକ୍ତର ଡି କେ ଝା କହିଛନ୍ତି।