ପାଟନା:ଲାଲୁ ଯାଦବଙ୍କ ଜେଲ ଦଣ୍ଡାଦେଶ ଶୁଣି ତାଙ୍କ ବଡ଼ ଭଉଣୀ ଗଙ୍ଗେତ୍ରୀ ଦେବୀଙ୍କୁ ହୃଦ୍ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଶନିବାର ଲାଲୁଙ୍କ ଗୋ-ଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣୀ ହେବାକୁ ଥିବା ବେଳେ ତାଙ୍କ ବଡ଼ ଭଉଣୀ ଗଙ୍ଗୋତ୍ରୀ ଭାଇ ଲାଲୁଙ୍କ ଶୁଭ ପାଇଁ ବ୍ରତ ରଖିଥିଲେ। କିନ୍ତୁ ସନ୍ଧ୍ୟାରେ ଲାଲୁଙ୍କୁ ସାଢେ ତିନି ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ଏହି ଖବର ଶୁଣି ଗଙ୍ଗୋତ୍ରୀ ଦେବୀ ମର୍ମାହତ ହୋଇପଡ଼ିଥିଲେ। ସେହି ସମୟରୁ ସେ କାହା ସହିତ କିଛି କଥାବାର୍ତ୍ତା ନକରି ଗୁମ୍ ମାରି ବସି ରହୁଥିଲେ । ଆଜି ସକାଳୁ ତାଙ୍କର ପରଲୋକ ଘଟିଛି। ଏହି ଖବର ଶୁଣି ଲାଲୁଙ୍କ ପତ୍ନୀ ତଥା ବିହାରର ପୂବ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ତେଜପ୍ରତାପ ଯାଦବ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଛନ୍ତି।
ଲାଲୁଙ୍କୁ ଜେଲ୍ ଦଣ୍ଡ ଶୁଣି ବଡ଼ ଭଉଣୀଙ୍କ ମୃତ୍ୟୁ!
/sambad/media/post_attachments/wp-content/uploads/2018/01/lalu_prasad_yadav_image_title_mid6h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)