ଏହି କାରଣ ପାଇଁ କିଣିବାକୁ କହି ରାସ୍ତା ମଝିରେ ଲାମ୍ବୋରଗିନିରେ ନିଆଁ ଲଗାଇଦେଲେ ଯୁବକ

ନୂଆଦିଲ୍ଲୀ: ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଦାମୀ ଏବଂ ବିଳାସପୂର୍ଣ୍ଣ ସ୍ପୋର୍ଟସ କାର କିଣିବାକୁ ପସନ୍ଦ କରନ୍ତି।  କିଛି ଲୋକ ଏହି କାରଗୁଡ଼ିକୁ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଉଥିବା ଦେଖାଯାଏ। ପାଣି ଭଳି ଟଙ୍କା ଖର୍ଚ୍ଚ କରି କିଣାଯାଇଥିବା ଏହି କୋଟି କୋଟି ଟଙ୍କାର କାରକୁ ଯଦି କେହି ଜାଳିଦିଏ, ତେବେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ। ନିଶ୍ଚିତ ଭାବରେ ଆପଣଙ୍କ ହୃଦୟ ଭାଙ୍ଗିବା ସହ ପାଦ ତଳୁ ମାଟି ଖସିଯିବ। ଠିକ୍ ଏଭଳି ଘଟିଛି ହାଇଦ୍ରାବାଦର ଜଣେ ଯୁବକଙ୍କ ସହ। କାର କିଣିବାକୁ କହି ଅଭିଯୁକ୍ତ, କାର୍ ମାଲିକଙ୍କଠାରୁ କାର୍ ନେଇଥିବା ବେଳେ ପରେ ଏହାକୁ ଜାଳି ଦେଇଥିଲେ ବୋଲି ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ହାଇଦ୍ରାବାଦରେ ରହୁଥିବା ପୀଡ଼ିତ ଯୁବକ ୧କୋଟି ଟଙ୍କାର ଲାମ୍ବୋରଗିନି କିଣିଥିଲେ। କିଛି ବର୍ଷ ବ୍ୟବହାର କରିବା ପରେ ସେ ଏହାକୁ ବିକିବାକୁ ଚାହୁଥିବାରୁ ନିଜ ବନ୍ଧୁମାନଙ୍କୁ କିଣିବାକୁ ଚାହୁଥିବା ଲୋକ ଖୋଜିବାକୁ କହିଥିଲେ। କିଛି ଦିନ ପରେ ପୁରୁଣା କାର ବିକା-କିଣା କରୁଥିବା ଅଭିଯୁକ୍ତ ଲାମ୍ବୋରଗିନି କିଣିବାକୁ ଚାହିଥିଲେ। ଏହା ସହ କାର୍ ନେଇ ମାମିଡିପାଲ୍ଲୀକୁ ଆସିବାକୁ କହିଥିଲେ। ଏପ୍ରିଲ ୧୩ରେ ପୀଡ଼ିତ କାର୍ ନେଇ ପହଞ୍ଚିବା ପରେ ଅଭିଯୁକ୍ତ ପେଟ୍ରୋଲ ଢ଼ାଳି କାରରେ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତ ଟଙ୍କା ଉଧାର ନେଇ ଦେଉନଥିବାରୁ ରାଗରେ ଏଭଳି କରିଥିବା କହିଛି ଅଭିଯୁକ୍ତ। ତେବେ ପ୍ରକୃତ ସତ ଜାଣିବା ପାଇଁ ପୁଲିସ ଏବେ ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର