ଚିନ୍ତା ବଢାଇଲା ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ୍’ର ରିପୋର୍ଟ: ଫାଇଜର ନେଇଥିବା ବୟସ୍କଙ୍କୁ ନେବାକୁ ପଡିପାରେ ତୃତୀୟ ଡୋଜ୍

ନୂଆଦିଲ୍ଲୀ: ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ’ ରିପୋର୍ଟ ବଢାଇଛି ଚିନ୍ତା । ଏହି ଅନ୍ତର୍ଜାତୀୟ ପତ୍ରିକା କହିଛି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଂଟଠାରୁ ବଞ୍ଚିବା ପାଇଁ ବୟସ୍କ ଲୋକମାନଙ୍କୁ ଟିକାର ତୃତୀୟ ଡୋଜ ନେବାକୁ ପଡିପାରେ । ଲାନସେଟ୍ କେବଳ ଫାଇଜର ଟିକାର ପ୍ରଭାବକୁ ନେଇ ଏହି ଅନୁଧ୍ୟାନ କରିଛି । ରିପୋର୍ଟ ଅନୁସାରେ, ଡେଲଟା ଭାରିଆଂଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଫାଇଜର ଟିକା ଆଶାଠାରୁ କମ ପରିମାଣରେ ଆଂଟିବଡି ସୃଷ୍ଟି କରିପାରିଛି ।

ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁଠାରୁ ପ୍ରଥମ ଡୋଜ ଟିକା ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସୁରକ୍ଷା ଦେଇପାରିବ । ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି, ତାହା ହେଉଛି ବୟସ୍କ ଲୋକଙ୍କଠାରେ ଟିକା ନେବା ପରେ ବି କମ ପରିମାଣର ଆଂଟିବଡି ସୃଷ୍ଟି ହେଉଛି । ତେଣୁ ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଂଟ ଏବଂ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ଦେଖାଦେଇଥିବା ଭାରିଆଂଟଠାରୁ ବର୍ତ୍ତିବ ପାଇଁ ବୟସ୍କ ଲୋକଙ୍କୁ ତୃତୀୟ ଡୋଜ ନେବାକୁ ଲାନସେଟ ପରାମର୍ଶ ଦେଇଛି । ତେବେ ଲାନସେଟର ଏହି ଗବେଷଣା କେବଳ ଫାଇଜର ଭ୍ୟାକ୍ସିନ ପର୍ଯ୍ୟନ୍ତ ସୀମିତ ।

Indemnity, disputes in US courts: Pfizer's demands before bringing vaccine  to India
Business Today

ଲାନସେଟର କହିବା କଥା ହେଉଛି, କରୋନା ଭୂତାଣୁ ଯେମିତି ନୂଆ ନୂଆ ରୂପ ନେଉଛି, ତେଣୁ ଟିକା ଉପରେ ଅଧିକରୁ ଅଧିକ ଗବେଷଣା ଦରକାର । ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଂଟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହରାଇଦେବାର ସମ୍ଭାବନା ଅଛି ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ସମ୍ବନ୍ଧିତ ଖବର