ଜମି ବିବାଦ: ବିହାରରେ ଗର୍ଭବତୀ ମହିଳା ଓ ୩ ଶିଶୁଙ୍କୁ ହତ୍ୟା

ପାଟନା : ଜମି ବିବାଦ ହେତୁ ବିହାରରେ ଜଣେ ଗର୍ଭବତୀଙ୍କ ସମେତ ୪ ଜଣଙ୍କ ଜୀବନ ଯାଇଛି। ୮ ମାସର ଗର୍ଭବତୀ ମହିଳା ଏବଂ ତାଙ୍କ ୩ ଶିଶୁଙ୍କୁ ବିହାରର ଆରାରିଆ ଜିଲ୍ଲାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ବୈରଗଚ୍ଛି ପୁଲିସ ଫାଣ୍ଡି ଅଧୀନସ୍ଥ ମାଧପରା ଗ୍ରାମରେ ଏହି ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାଁ ତବସୁମ୍‌। ତାଙ୍କର ୩ ଶିଶୁ ଶବିର (୮), ଆଲିୟା (୬) ଏବଂ ସମୀର (୪)ଙ୍କୁ ମଧ୍ୟ ଏକ ଧାରୁଆ ଛୁରିରେ ହତ୍ୟା କରାଯାଇଛି। ‌ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜମି ବିବାଦ ହେତୁ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଏହି ଘଟଣାରେ କାହାକୁ ଏଯାବତ୍‌ ଗିରଫ କରିନାହିଁ। ଅନ୍ୟପକ୍ଷେ ମହିଳାଙ୍କ ସ୍ବାମୀ ଏହି ମାମଲାରେ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର