ଗ୍ୟାଙ୍ଗଟକ୍ : ସିକ୍କିମରେ ଲଗାଣବର୍ଷା ହେତୁ ଆଜି ବିଭିନ୍ନ ଅଂଶରେ ଭୁସ୍ଖଳନ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭରେ ଅପର ଗୁର୍ପିସେରେ ଭୁସ୍ଖଳନ ହେତୁ ଗୋଟିଏ କୋଠା ଭୁଶୁଡ଼ି ପଡ଼ିବାଫଳରେ ୩ ଜଣ ପୋତି ହୋଇଯାଇଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯିବା ସମୟରେ ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲା। ୨ ଜଣ ଆହତଙ୍କୁ ନାମଚି ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ପୃଥକ୍ ଭାବେ ଅପର ବକରଙ୍ଗ ଓ୍ଵାର୍ଡରେ କାଟେଙ୍ଗ ନାମଫୁକ୍ ଜିପିୟୁରେ ଅନ୍ୟ ଏକ କୋଠା ଭୁଶୁଡ଼ି ପଡ଼ିବାଫଳରେ ଜଣେ ମହିଳା ଏବଂ ତାଙ୍କ ଝିଅର ମୃତ୍ୟୁ ହୋଇଥିଲା। ଖରଲଙ୍ଗର ମଧ୍ୟ ଭୁସ୍ଖଳନ ହେତୁ ଗୋଟିଏ କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ଜଣେ ଯୁବପିଢିଙ୍କ ମୃତ୍ୟୁ ହୋଇଛି। ସମସ୍ତ ପ୍ରକାର ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ପାଇଁ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା ହୋଇଛି।
ସିକ୍କିମରେ ଲଗାଣ ବର୍ଷା, ଭୂସ୍ଖଳନରେ ୬ ମୃତ,
/sambad/media/post_attachments/wp-content/uploads/2017/09/sikkim-landslides.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)