ଲ୍ୟାଣ୍ଡର ’ବିକ୍ରମ’ ସହ ସମ୍ପର୍କ ଛିନ୍ନ

ଇସ୍ରୋ ବୈଜ୍ଞାନିକଙ୍କୁ ସାନ୍ତ୍ବନା ଦେଲେ ମୋଦୀ

ବେଙ୍ଗାଲୁର : ଭାରତର ବହୁ ପ୍ରତିକ୍ଷୀତ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ବେଳେ ଲ୍ୟାଣ୍ଡର ସହ ସମ୍ପର୍କ ଛିନ୍ନ ହୋଇଛି। ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ଛିନ୍ନ ହୋଇଥିବା ନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିକ୍ରମ ଲ୍ୟାଣ୍ଡର ବିଷୟରେ ଅଧ୍ୟୟନ କରାଯାଉଛି ଏବଂ ବିକ୍ରମ ଠାରୁ ତଥ୍ୟ ସଂଗ୍ରହ ପାଇଁ ପ୍ରାୟାସ ଜାରି ରହିଛି। ଚନ୍ଦ୍ରଠାରୁ ୨.୧ କି.ମି ଯାଏଁ ବିକ୍ରମ ସହ ଯୋଗାଯୋଗ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ସମ୍ପର୍କ ସମ୍ପର୍କ ଛିନ୍ନ ହୋଇଯାଇଥିଲା।

ସମ୍ବନ୍ଧିତ ଖବର