ମଣିପୁର ଭୂସ୍ଖଳନ : ୮ ମୃତ, ୫୦ ଆହତ , ମୋଦୀଙ୍କ ଦୁଃଖପ୍ରକାଶ

ଇମ୍ପାଲ : ମଣିପୁରର ନୋନି ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ୮ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଟେରିଟୋରିଆଲ ଆର୍ମି କ୍ୟାମ୍ପ ନିକଟରେ ଏହି ଭୂସ୍ଖଳନ ହୋଇଥିବାରୁ ମୃତକଙ୍କ ମଧ୍ୟରୁ ୭ ଜଣ ଟେରିଟୋରିଆଲ ଆର୍ମିର ଯବାନ ରହିଥିବାବେଲେ ଜଣେ ହେଉଛି ରେଳବାଇ ଶ୍ରମିକ । ଟୁପୁଲ ରେଳ ଷ୍ଟେସନ ନିକଟରେ ଏହି ଯବାନମାନେ ମୁତୟନ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ସହ ଆଲୋଚନା କରିବା ସହ ରାଜ୍ୟରେ ଭୂସ୍ଖଳନଜନିତ ସ୍ଥିତିର ସମୀକ୍ଷା କରିଥିଲେ ।
ଏ ସଂପର୍କରେ ଏକ ଟୁଇଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ “ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଅଘଈସକ୍ସରଦ୍ଭଝସଦ୍ଭଶଷ ଔସଙ୍କ ସହ ବାର୍ତ୍ତାଳାପ କଲି ଓ ଭୂସ୍ଖଳନଜନିତ ଦୁଃଖଦ ସ୍ଥିତିର ସମୀକ୍ଷା କଲି । କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲି । କ୍ଷତିଗ୍ରସ୍ତମାନଙ୍କ ସୁରକ୍ଷା କାମନା କରୁଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି ।”

ସମ୍ବନ୍ଧିତ ଖବର