ହାଇଦ୍ରାବାଦ: ପାହାଡ଼ ଉପରୁ କେତେଗୁଡ଼ିଏ ପ୍ରକାଣ୍ଡ ପଥର ଖଣ୍ଡ ଗଡ଼ି ଆସିବାରୁ ବୁଧବାର ଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ପରିସରସ୍ଥିତ ଏକ ଘର ଭାଙ୍ଗି ପଡ଼ିଛି। ସେହି ଘରର ଭଗ୍ନାଂଶ ତଳେ ଅନ୍ୟୂନ ଦୁଇଜଣ ପରିମଳ କର୍ମଚାରୀଙ୍କ ସମେତ ଚାରିଜଣ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ପଥର ଖସିଥିବା ପାହାଡ଼ ‘ଇନ୍ଦ୍ର କୀଲାନ୍ଦ୍ରି’ ଉପରେ ହିଁ ଏହି ଦେବୀ ମନ୍ଦିର ଅବସ୍ଥିତ।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ବିଜୟୱାଡ଼ାସ୍ଥିତ ଇନ୍ଦ୍ର କୀଲାନ୍ଦ୍ରି ପର୍ବତରୁ କେତେଗୁଡ଼ିଏ ପ୍ରକାଣ୍ଡ ପଥରଖଣ୍ଡ ଗଡ଼ି ଆସି କନକଦୁର୍ଗା ମନ୍ଦିର ପରିସରସ୍ଥ ଏକ ବାହାରିଆ ଘର ଉପରେ ପଡ଼ିବାରୁ ତାହା ଭାଙ୍ଗି ପଡ଼ିଥିଲା। ଏଥିରେ ପାଞ୍ଚ ଜଣ ଭକ୍ତ ଆହତ ହେବା ସହ ଅନ୍ୟମାନେ ଆତଙ୍କିତ ହୋଇପଡ଼ିଥିଲେ।
Image Courtesy of ANIଜିଲ୍ଲାପାଳ ଏଏମ୍ ଡି ଇମ୍ତିଆଜ୍ ଏବଂ ପୁଲିସ କମିସନର୍ ବି ଶ୍ରୀନୁବାସୁଲୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଯୋଗାଣ ମନ୍ତ୍ରୀ କେ ଶ୍ରୀଭେଙ୍କଟେଶ୍ବର ରାଓ ଏବଂ ଗନ୍ନବରମ ବିଧାୟକ ଭି ବାମ୍ଶି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗମୋହନ ରେଡ୍ଡୀ ପର୍ବତ ଉପରେ ଥିବା ଏହି ଦେବୀପୀଠ ଦର୍ଶନ କରିବାର କିଛି ଘଣ୍ଟା ପୂର୍ବରୁ ଏ ଭଳି ଅଘଟଣ ଘଟିଛି। ସେ କୀଲାନ୍ଦ୍ରି ପର୍ବତରେ ଥିବା ଏହି ଦେବୀପୀଠରେ ‘ପଟ୍ଟୁ ବସ୍ତ୍ରମ୍’ ଅର୍ପଣ କରିଥାଆନ୍ତେ। ‘ମୂଳା ନକ୍ଷତ୍ରମ୍’ ବୋଲି କୁହାଯାଉଥିବା ଆଜିର ଦିନରେ ଦେବୀ ‘ଶ୍ରୀସରସ୍ବତୀ ଦେବୀ’ ବେଶରେ ପୂଜା ପାଆନ୍ତି।
Image Courtesy of India Todayଅକ୍ଟୋବର ୧୭ ତାରିଖରୁ ଏହି ପାହାଡ଼ୀ ଦେବୀପୀଠରେ ଦଶଦିନିଆ ଦଶହରା ଉତ୍ସବ ଆରମ୍ଭ ହୋଇଛି। କୋଭିଡ୍-୧୯ ନିୟମ ସହ ‘ଶ୍ରୀଦୁର୍ଗା ମାଲ୍ଲେଶ୍ବରସ୍ବାମୀ ବର୍ଲା ଦେବସ୍ଥାନମ୍ସ୍’ ଭାବେ ଜଣାଶୁଣା ଏହି ମନ୍ଦିର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Kanaka-Durga-temple.jpeg)