ହରିୟାଣା ଖଣିରେ ଭୂସ୍ଖଳନ ; ୪ ମୃତ, ଉଦ୍ଧାର ପାଇଁ ସେନାକୁ ଡକରା

ଗୁରୁଗ୍ରାମ : ନୂତନ ବର୍ଷର ପ୍ରଥମ ଦିନରେ ହରିୟାଣାରେ ଏକ ମର୍ମନ୍ତୁଦ ଖଣି ଦୁର୍ଘଟଣା ଘଟିଛି । ଏଥରେ ୪ ଜଣ ଶ୍ରମିକ ପ୍ରାଣ ହରାଇବା ସହ ଆଉ କିଛି ଶ୍ରମିକ ଖଣିଭିତରେ ରହିଯାଇଛନ୍ତି ।

ଏହି ଦୁର୍ଘଟଣାଟି ଘଟିଛି ହରିୟାଣାର ଭିଓ୍ବାନି ଜିଲ୍ଲାରେ ଥିବା ଦାଦମ ପଥର ଖଣି ଅଞ୍ଚଳରେ । ଖଣି ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ବଡ଼ ଧରଣର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ନିୟୋଜିତ କରାଯାଇଛି । ଏପର୍ଯ୍ୟନ୍ତ ୪ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଭିଓ୍ବାନି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଭୁଷୁଡ଼ି ପଡ଼ିଥିବା ଖଣି ଭିତରେ କେତେ ଜଣ ଶ୍ରମିକ ଫସି ରହିଛନ୍ତି ତାହା ପ୍ରଶାସନକୁ ବି ଜଣାନାହିଁ । କାରଣ ଭିତରେ ଥିବା ଶ୍ରମିକଙ୍କ ସଂଖ୍ୟା  କହିବାକୁ କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । ଏଣୁ ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । କିଛି ଲୋକ ଖଣି ଅଂଚଳକୁ ଯାଉଥିବାବେଳେ ନିଜ ନିଜର ଗାଡ଼ି ଭିତରେ ହିଁ ଫସିରହିଛନ୍ତି । ଏଣୁ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ହିଁ ମୃତାହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ଭିଓ୍ବାନି ଜିଲ୍ଲାର ଅତିରିକ୍ତ ଡେପୁଟୀ କମିଶନର ରାହୁଲ ନରଓ୍ବାଲ କହିଛନ୍ତି ।

 

 

ସମ୍ବନ୍ଧିତ ଖବର