ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ ଆତଙ୍କ ଖେଳାଇ ଦେଇଛି।  ସିରମୌର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି  ବଡ଼ ଧରଣର ଭୂସ୍ଖଳନ ହୋଇ ଏକ ପର୍ବତର ବିଶାଳ ଅଂଶ ଭୁଶୁଡ଼ି ଯାଇଛି।  ଏହି ଭୂସ୍ଖଳନ ଏବଂ ପାହାଡ଼ ଧସିବା ଯୋଗୁଁ ନିକଟରେ ଅନେକ ଘର ଏବଂ ଲୋକମାନେ ବିପଦରେ ଅଛନ୍ତି।  କର୍ତ୍ତୃପକ୍ଷ  ସ୍ପଷ୍ଟ କରିଛନ୍ତି ଯେ ଦୁର୍ଘଟଣା ସମୟରେ ସେଠାରେ ୫ ଜଣ ଉପସ୍ଥିତ ଥିଲେ।   ସୌଭାଗ୍ୟବସତଃ ସମସ୍ତେ ସୁରକ୍ଷିତ ଅଛନ୍ତି।  ଭୂସ୍ଖଳନର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ ହଠାତ୍‌ ଭୂମିତଳୁ ପାଣିର ପ୍ରଖର ସ୍ରୋତରେ ଭୂମି ଫାଟିଯିବା ସହ  କିଛି ସେକେଣ୍ଡ ମଧ୍ୟରେ ଗଛ ଏବଂ ସବୁକିଛି ଭାସି ଯାଉଛି।

Advertisment

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ହିମାଚଳରେ  ୩୫୫ ଲୋକଙ୍କ ମୃତ୍ୟୁ ହୋଇଛି।  ଏଥି ମଧ୍ୟରୁ ୧୯୪ ଜଣଙ୍କର ଭୂସ୍ଖଳନ, ଅଚାନକ ବନ୍ୟା, ପାଣିରେ ବୁଡ଼ିଯାଇ ଏବଂ ବଜ୍ରାଘାତରେ ମୃତ୍ୟୁ ହୋଇଛି।  ହିମାଚଳରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୩୭୯ ଜଣ ଆହତ ହୋଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି।  ୧୨୮୦ରୁ ଅଧିକ ଘର ଧ୍ବଂସ ହୋଇଯାଇଛି।  ରାଜ୍ୟରେ ବର୍ଷା ବିପର୍ଯ୍ୟୟ ପାଇଁ  ପ୍ରାୟ ୩୮୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।