ମୁନ୍ନାର: କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ କେରଳର ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଅଧିକାରୀ କହିଛନ୍ତି ଯେ, ଜିଲ୍ଲାର ରାଜାମାଲା ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି, ଯେଉଁଠିକୁ ପହଞ୍ଚିବା କଷ୍ଟକର। ତେବେ ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ନେଇ ଖବର ମିଳିଛି।
/sambad/media/post_attachments/aa7da8c3040a710b4f5bdf26d9d485d854b6cfe631e138a2e4951e76eb3116a0.jpg)
ସେହି ଅଞ୍ଚଳରେ ୭୦ରୁ ୮୦ଜଣ ଲୋକ ରହୁଥିବା ବେଳେ ଭୂସ୍ଖଳନ ପରେ କେତେ ଜଣ ମୃତାହତ ହୋଇଛନ୍ତି, ତାହା ଜଣାପଡ଼ି ନାହିଁ। ଏବେ ମୁଥିରାପୁଜା ନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମୁନ୍ନାର ପରି ନିମ୍ନମାନର ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି।ଏହା ପୂର୍ବରୁ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଇଡୁକି ଜିଲ୍ଲାର ଏକ ଅସ୍ଥାୟୀ ସେତୁ ଭୁଶୁଡି ପଡିଥିଲା। ଗୋଟିଏ ଦିନ ପୂର୍ବରୁ ଭାରତ ପାଣିପାଗ ବିଭାଗ (ଆଇଏମଡି) ଇଡୁକି, ୱାୟନାଡ ଏବଂ କୋଜିକୋଡେ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଥିଲା।