କିସ୍ତୱାଡରେ ଭୂସ୍ଖଳନ, ୪ ମୃତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଶନିବାର ଭୂସ୍ଖଳନ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ରରେ ଜଣେ ପୁଲିସ କନଷ୍ଟେବଳ ଏବଂ ‌ଜଣେ ଜେସିବି ଡ୍ରାଇଭର ରହିଛନ୍ତି। ରାଟଲ ଶକ୍ତି ପ୍ରକଳ୍ପ ନିକଟରେ ଏକ ନିର୍ମାଣାଧୀନ ରାସ୍ତାରେ ଦୁଇଥର ଭୂସ୍ଖଳନ ହେବାରୁ ଏହି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି କିସ୍ତୱାଡ଼ ଏସଏସପି ଶଫକାତ୍ ଭଟ୍ଟ କହିଛନ୍ତି।

ପ୍ରଥମ ଭୂସ୍ଖଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସମୟରେ ଦ୍ବିତୀୟ ଭୂସ୍ଖଳନ ହେବାରୁ ଅନ୍ୟମାନେ ତାହା ଭିତରେ ରହି ଯାଇଥିଲେ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଜିଲ୍ଲାପାଳଙ୍କ ସହ ଉଦ୍ଧାର କାର୍ଯ୍ୟ ସଂପର୍କରେ କଥା ହୋଇଛନ୍ତି। ଦୁର୍ଘଟଣାରେ ମୃତାହତଙ୍କ ଖବର ପାଇଁ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ‌ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର