ମେଲବର୍ଣ୍ଣ: ପପୁଆ ନ୍ୟୁ ଗିନିର ପାହାଡ଼ିଆ ଅଞ୍ଚଳରେ ଆଜି ଭୟାନକ ଭୂସ୍ଖଳନ ଘଟିଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ପପୁଆ ନ୍ୟୁ ଗିନି ରାଜଧାନୀ ପୋର୍ଟ ମୋର୍ସବେ ଠାରୁ ପ୍ରାୟ ୬କିମି ଦୂର କାଓ‌କାଲାମ୍‌ ଗାଁରେ ଆଜି ଭୋର ୩ଟା ବେଳେ ଏହି ବିପର୍ଯ୍ୟୟ ଘଟିଥିଲା। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, କେବଳ କାଓକାଲାମ୍‌ ନୁହେଁ ଆଖପାଖର ଅନେକ ଗାଁ ମଧ୍ୟ ଏହି ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଜେମ୍‌ସ ମାରାପେ କହିଛନ୍ତି ଯେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।