ତେଲେଙ୍ଗାନାରେ ଭୂସ୍ଖଳନ,୧୦ ଶ୍ରମିକ ମୃତ୍ୟୁ

ହାଇଦରାବାଦ: ତେଲେଙ୍ଗାନାର ମାରିକଲ୍‌ ମଣ୍ଡଳର ଥିଲେରୁ ଗ୍ରାମରେ ବୁଧବାର ଘଟିଥିବା ଏକ ଭୂସ୍ଖଳନରେ ଅତିମରେ ୧୦ ଜଣ ଶ୍ରମିକ ପ୍ରାଣ ହରାଇଥିବା ଜଣାପଡିଛି। ଆହତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଥିବା ପ୍ରକାଶ।
ଥିଲେରୁ ଗ୍ରାମରେ ମନରେଗା ଯୋଜନାରେ ମାଟି ଖୋଳା କାର୍ଯ୍ୟ ପାଇଁ ଉକ୍ତ ଗ୍ରାମର ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା। ପୋଲିସର ସୂଚନା ଅନୁସାରେ ଶ୍ରମିକମାନେ ମାଟି ଖୋଳା ହେଉଥିବା ସ୍ଥାନ ତଳେ ବିଶ୍ରାମ ନେଉଥିବା ବେଳେ ଏକ ବଡ ମାଟିଖଣ୍ଡ ହଠାତ ଖସିପଡିଥିଲା। ଶ୍ରମିକମାନେ ଏଣେତେଣେ ଦୌଡ଼ିଥିଲେ ମଧ୍ୟ ମାଟି ତଳେ ଚାପି ହୋଇ ୧୦ ଜଣ ମୃତ୍ୟୁବାରଣ କରିଛନ୍ତି। ଅନ୍ୟ ଜଣେ ଆହତଙ୍କୁ ଚିକତ୍ସା କରାଯାଉଥିବା ବେଳେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଚାଲୁରହିଛି। ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନ ରହିଥିବା ପ୍ରକାଶ। ଘଟଣା ବେଳେ କାର୍ଯ୍ୟରତ ଶ୍ରମିକମାନେ କୌଣସି ସୁରକ୍ଷା ଉପକରଣ ପିନ୍ଧିନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର