ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାରେ ଅବସ୍ଥିତ ସେନା ଶିବିର ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁଁ ୫୦ରୁ ଅଧିକ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୫ ଜଣ ଯବାନ ମାଟି ଅତଡ଼ା ତଳେ ଫସି ରହିଥିବାରୁ ସେମାନଙ୍କ ଉଦ୍ଧାର ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ରରୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ବୁଧବାର ମଧ୍ୟରାତ୍ରିରେ ଏହି ଭୂସ୍ଖଳନ ଘଟିଛି। ଜିରିବାମରୁ ଇମ୍ଫାଲ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଳ ଲାଇନର ସୁରକ୍ଷା ପାଇଁ ଟୁପୁଲ ରେଳ ଷ୍ଟେସନ ନିକଟରେ ନିୟୋଜିତ ଭାରତୀୟ ସେନାର ୧୦୭ ଟେରିଟୋରିଆଲ ଆର୍ମି କ୍ୟାମ୍ପ ପୂରା ଧ୍ବସ୍ତ ହୋଇଯାଇଛି। ଟ୍ରାକ ନିର୍ମାଣ ଶ୍ରମିକଙ୍କ ଶିବିରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ରେଳବାଇ ସୂତ୍ରରୁ ପ୍ରକାଶ। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍ ନିୟୋଜିତହୋଇଛି। ଉଦ୍ଧାର କାର୍ଯ୍ୟରେ ରାଜ୍ୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ସହଯୋଗ କରୁଛନ୍ତି ବୋଲି ମଣିପୁର ଡିଜିପି କହିଛନ୍ତି।
ମଣିପୁର ସେନା କ୍ୟାମ୍ପ ନିକଟରେ ଭୂସ୍ଖଳନ, ୮ ମୃତ: ୨୫ ଯବାନ ମାଟିତଳେ ଫସିଛନ୍ତି
/sambad/media/post_attachments/wp-content/uploads/2022/07/sf54h654sfhf65h465hfhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)