ହିମାଚଳରେ ଭୂସ୍ଖଳନ: ୧୧ ମୃତ, ୪୦ ନିଖୋଜ

ଶିମ୍‌ଲା : ହିମାଚଳପ୍ରଦେଶରେ ବୁଧବାର ଏକ ବଡ଼ ଧରଣର ଭୂସ୍ଖଳନ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ନିଖୋଜ ଅଛନ୍ତି। କିନ୍ନୋର ଜିଲ୍ଲାର ନିଗୁଲସରିରେ ଅଚାନକ ବଡ଼ ବଡ଼ ପଥର ଖଣ୍ଡ ରେକଙ୍ଗ୍‌ ପିଓ-ଶିମ୍‌ଲା ଜାତୀୟ ରାଜପଥରେ ପଡ଼ିବା ଦ୍ବାରା ଯାତ୍ରୀ ବସ୍‌, ଟ୍ରକ୍‌ ଏବଂ କେତେକ କାର୍‌ ପୋତି ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ପୁଲିସ ଏବଂ ଏନ୍‌ଡିଆରଏଫ୍‌ ମୁତୟନ ହୋଇଛନ୍ତି। ତେବେ ଲଗାତାର ଭାବେ ବଡ଼ ପଥର ଖଣ୍ଡ ରାସ୍ତା ଉପରକୁ ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧ ଜଣଙ୍କ ମୃତଦେହ ମିଳିଥିବା ବେଳେ ପ୍ରାୟ ୪୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇଯାଇଥିବା କୁହାଯାଉଛି।

ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ୫ ଜଣ ମହିଳା ଥିବା ଜଣାପଡ଼ିଛି। ଭୂସ୍ଖଳନରେ ପୋତି ହୋଇଯାଇଥିବା ବସ୍‌ ଏଚ୍‌ଆର୍‌ଟିସି (ହିମାଚଳ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌)ର। ଏହି ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଏହି ବସ୍‌ ସହ ଅନ୍ୟ ‌କେତେକ ଗାଡ଼ି ପୋତି ହୋଇଯାଇଛି। କିଛି ଗାଡ଼ିମୋଟର ମଧ୍ୟ ସୁତଲେଜ୍‌ ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେଗତ ମାସରେ କିନ୍ନୋରର ଅନ୍ୟ ଏକ ଅଂଶରେ ଭୂସ୍ଖଳନ ହୋଇ ଏକ ଗାଡ଼ି ଉପରେ ପଥର ଖସିବା ଦ୍ବାରା ୯ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର