ପେରୁରେ ଭୂସ୍ଖଳନ, ୪୦ ମୃତ

ପେରୁ: ଲଗାଣ ବର୍ଷା ହେତୁ ଦକ୍ଷିଣ ପେରୁରେ ଭୂସ୍ଖଳନ ହୋଇ ଅତି କମ୍‌ରେ ୪୦ ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୪୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୦ରୁ ଅଧିକ ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି। ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତିନି କିଲୋମିଟର ଅଂଚଳ ଧସିଯାଇଛି।

ପେରୁରେ ଏବେ ବର୍ଷା ବିପର୍ଯ୍ୟୟ ପାଇଁ ହଜାର ହଜାର ଲୋକ ବିପନ୍ନ ହୋଇପଡ଼ିଛନ୍ତି। ଅନ୍ତର୍ଜାତୀୟ ସହାୟତା ନି‌ମନ୍ତେ କର୍ତ୍ତୃପକ୍ଷ ନିବେଦନ କରିଥିବା ବେଳେ ଶତାଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର