ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଥିବା ଧମକ ଏବେ ବି ରହସ୍ୟରେ ଥିବାବେଳେ ଏହି ମାମଲାରେ ପୁଲିସ ଅନୁସନ୍ଧାନ ଜାରି ରଖିଛି | ତେବେ ବର୍ତ୍ତମାନ ରିପୋର୍ଟ ସାମ୍ନାକୁ ଆସିଛି ଯେ, ଯେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ମଧ୍ୟ ଥିଲେ। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରଣ ଜୋହରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା | ପୁଲିସର ପଚରାଉଚରା ବେଳେ ସିଦ୍ଧୁ ମୁସେୱାଲା ମାମଲାରେ ଧରାପଡିଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଓରଫ ମହାକାଲ ଏହା କହିଛି । ଆଶ୍ଚର୍ଯ୍ୟର କଥା, କରଣ ଜୋହରଙ୍କୁ ଟାର୍ଗେଟ କରିବା ପଛରେ ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଜଡିତ ଥିଲା ।
ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଦର୍ଶାଯାଇଛି ଯେ ବିଷ୍ଣୋଇ ଗ୍ୟାଙ୍ଗର ତାଲିକାରେ କରଣ ଜୋହରଙ୍କ ନାମ ମଧ୍ୟ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କୁ ଧମକ ମାମଲାରେ ପୁଣେ ପୁଲିସର ପଚରାଉଚରା ବେଳେ ସୌରଭ କହିଛି ଯେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର ହିଁ ଦାୟୀ | ସେଥିପାଇଁ ଆମେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କୁ ଧମକ ଦେଇ ୫ କୋଟି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲୁ | ଯଦି ସେ ଟଙ୍କା ଦେଇନଥାନ୍ତେ ତେବେ ତାଙ୍କୁ ହତ୍ୟା କରିଥାନ୍ତୁ ବୋଲି ସେ କହିଛି | ସୂଚନା ଥାଉ କି ଜୁନ ୧୪, ୨୦୨୦ ରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଚଳଚ୍ଚିତ୍ର ଶିଳ୍ପକୁ ଦୋହଲାଇ ଦେଇଥିଲା |
ସୁଶାନ୍ତଙ୍କ ମୃତ୍ୟୁ ପରେ କରଣ ଜୋହର ଅଧିକାଂଶ ଲୋକଙ୍କ ଟାର୍ଗେଟରେ ଥିଲେ। ବଲିଉଡରେ ଵଂଶବାଦ ପାଇଁ ସୁଶାନ୍ତ ଭାରସାମ୍ୟ ହରାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ କରଣ ଜୋହର ଏବଂ ଆଦିତ୍ୟ ଚୋପ୍ରା ସୁଶାନ୍ତ ସିଂ ରାଜପୁତଙ୍କ ପରି ଇଣ୍ଡଷ୍ଟ୍ରି ବାହାର ଲୋକଙ୍କ ଅପେକ୍ଷା ଷ୍ଟାର କିଡ଼ସମାନଙ୍କୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ ଅଭିନେତା ଆତ୍ମହତ୍ୟା କରିଥିଲେ | ତେବେ ଏହି ଦାବି ପ୍ରମାଣିତ ହୋଇପାରିନଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/karan-johar-with-sushant-singh-rajput_20200674696.jpg)