ଲଣ୍ଡନ: ଆଣ୍ଟାର୍କଟିକାର ମୂଳ ହିମଶୈଳରୁ ଗତ ଶୁକ୍ରବାର ଏକ ବିରାଟ ବରଫ ଖଣ୍ଡ ଛିଣ୍ଡି ଖସିଆସିଥିବା ବ୍ରିଟିସ ଆଣ୍ଟାର୍କଟିକ୍ ସର୍ଭେ(ବାସ୍)ର ଗବେଷକମାନେ ଘୋଷଣା କରିଛନ୍ତି। ଦୀର୍ଘ ୪୯୦ ବର୍ଗ କିମି ପରିମିତ ଏହି ବରଫ ଖଣ୍ଡ ନ୍ୟୁୟର୍କ ସହର(୩୦୨ ବର୍ଗ କିମି) ଠାରୁ ମଧ୍ୟ ଆୟତନରେ ଯଥେଷ୍ଟ ବଡ଼ ହେବ ବୋଲି ସେମାନେ ଆକଳନ କରିଛନ୍ତି।
ଏଥି ଯୋଗୁଁ ମୂଳ ବରଫାଞ୍ଚଳରେ ଶହ ଶହ ମିଟରର ଫାଟ ସୃଷ୍ଟି ହୋଇଛି। ତେବେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା ଏବଂ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ଏମିତି ଘଟିବ ବୋଲି ସେମାନେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ବାସ୍ ନିର୍ଦ୍ଦେଶକ ଜେନ୍ ଫ୍ରାନ୍ସିସ୍ କହିଛନ୍ତି। ଶେଷ ଥର ପାଇଁ ବିଗତ ସତୁରି ଦଶକର ପ୍ରାରମ୍ଭରେ ସେଠାରେ ଏଭଳି ବିଶାଳ ହିମଖଣ୍ଡ ଭାଙ୍ଗିଥିଲା ବୋଲି ଜଣାଯାଇଛି। ତେବେ ଏହି ସଦ୍ୟ ହିମଖଣ୍ଡ ଭାଙ୍ଗିବା ପଛରେ ଜଳବାୟୁର ପ୍ରଭାବ ପଡ଼ିଥିବା ସମ୍ପର୍କରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି। ସେହିପରି ମୂଳ ହିମଶୈଳ ଭାସମାନ ଅବସ୍ଥାରେ ଥିବାରୁ ଏହି ହିମଖଣ୍ଡ ଖସି ଆସିବା ଦ୍ବାରା ସମୁଦ୍ର ଜଳସ୍ତରରେ କୌଣସି ବୃଦ୍ଧି ଘଟିନଥିବା ସେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/8fh7498h7798sf7h98sfh7.jpg)