ମଣିଷ ପେଟରୁ ବାହାରିଲା ବିଶ୍ବର ସବୁଠାରୁ ବଡ଼ ଟ୍ୟୁମର୍‌, ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର

ବିଜୟୱାଡା: ଆପଣଙ୍କୁ ଅସମ୍ଭବ ଲାଗିପାରେ ମାତ୍ର ଏପରି ଏକ ଆଶ୍ଚର୍ଯ୍ୟଜନକ କଥାଟିଏ ଘଟିଛି। ଆନ୍ଧ୍ରପ୍ରଦେଶସ୍ଥିତ ପ୍ରକାଶମ ଜିଲ୍ଲାର ଜଣେ ୩୫ ବର୍ଷିଅ ରୋଗୀଙ୍କ ପେଟରୁ ଏକ ବିରାଟକାୟ ଟ୍ୟୁମର୍‌ ବାହାରିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ରୋଗୀଙ୍କ ପେଟରୁ ୨୧*୧୯*୧୩ ସେମିର ଏକ ଟ୍ୟୁମର୍‌ ବାହାରି ଥିବା ଜାଣିବାକୁ ମିଳିଛି। ଏହି ବିଶାଳକାୟ ଟ୍ୟୁମର୍‌ ବାହାରିବା ପରେ ଏହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଡାକ୍ତରୀ ରିପୋର୍ଟ ଅନୁସାରେ ଏହାକୁ ବିଶ୍ବର ସବୁଠାରୁ ବଡ଼ ଟ୍ୟୁମର୍‌ ବୋଲି କୁହାଯାଉଛି। ଏପରି ଏକ ବିରଳ ଅସ୍ତ୍ରୋପଚାର କରିବା ପରେ ରମେଶ ସଂଘମିତ୍ରା ହସ୍ପିଟାଲ୍‌ର ଡାକ୍ତର କାର୍ତ୍ତିକ ବାବୁ ପେରୁମଲ୍ଲୁ ଏହାକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ଦେବାକୁ ସୁପାରିସ କରିଥିଲେ। ଡକ୍ଟର କାର୍ତ୍ତିକ ବାବୁଙ୍କୁ ଏହି ଅସ୍ତ୍ରୋପଚାରରେ ସହାୟତା କରିଥିଲେ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପି ରମେଶ ବାବୁ। ଏପରି ଅସ୍ତ୍ରୋପଚାର ଡାକ୍ତରମାନଙ୍କ ପାଇଁ ଏକ ବଡ଼ ସଫଳତା। ପୂର୍ବରୁ ଅନେକ ଅସ୍ତ୍ରୋପଚାର ହୋଇଥିଲେ ବି ଏତେ ବଡ଼ ଟ୍ୟୁମର୍‌ର ଏଭଳି ସଫଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ହୋଇଛି।

Clipper28

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ ପ୍ରତିବର୍ଷ ଭାରତରେ ପ୍ରକାଶ ପାଏ। ଏଥିରେ ମଣିଷ ଓ କୌଣସି ପ୍ରକାରର ପ୍ରାକୃତିକ କୀର୍ତ୍ତିମାନ ସବୁ ସ୍ଥାନ ପାଇଥାଏ।

ସମ୍ବନ୍ଧିତ ଖବର