ହାଓ୍ବାଇ : ଆମେରିକାର ହାଓ୍ବାଇସ୍ଥିତ କାଲଡେରା ପର୍ବତରେ ଥିବା ମୌନା ଲୋଆ ଆଗ୍ନେୟଗିରିରୁ ଆଗ୍ନେୟ ଉଦଗୀରଣ ହୋଇଛି । ଏହା ଫ​ଳରେ ଜ୍ବଳନ୍ତ ଲାଭା ନିର୍ଗତ ହେବାରେ ଲାଗିଛି ।
ମୌନା ଲୋଆକୁ ପୃଥିବୀର ବୃହତ୍ତମ ଆଗ୍ନେୟଗିରି ବୋଲି କୁହାଯାଏ । ସ୍ଥାନୀୟ ପ୍ରଶାସନ ଅନୁସାରେ ବର୍ତ୍ତମାନ ଲାଭା କେବଳ ପର୍ବତର ଉପର ଅଂଚଳରେ ସୀମିତ ରହିଛି ।
ତେବେ ପ୍ରଶାସନ ପକ୍ଷରୁ ଜାରି ସତର୍କସୂଚନାରେ କୁହାଯାଇଛି ଯେ, ପୂର୍ବରୁ ହୋଇଥିବା ଉଦଗୀରଣକୁ ଲକ୍ଷ୍ୟ କରି କୁହାଯାଇପାରେ ଯେ, ଲାଭା ଯେକୌଣସି ସମୟରେ ତଳକୁ ଗତି କରି ଜନବସତିରେ ପ୍ରବେଶ କରିପାରେ । ଏଣୁ ଲୋକମାନେ ସତର୍କ ରହିବା ଉଚିତ ।
ଏହି ଆଗ୍ନେୟ ଉଦଗୀରଣକୁ ନେଇ ପ୍ରଥମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଜାରି କରାଯାଇଥିବାବେଳେ ଏବେ ଚେତାବନୀ ଜାରି କରାଯାଇଛି । ଅର୍ଥାତ ବିପଦର ଆଶଙ୍କାକୁ ବଢାଇଦିଆଯାଇଛି ।
ହାଓ୍ବାଇ ଭୋଲକାନୋ ଅବଜରଭେଟୋରି ପକ୍ଷରୁ କୁହାଯାଇଛି ଯେ ଖୁବଶୀଘ୍ର ଆକାଶମାର୍ଗରୁ ଏହି ଆଗ୍ନେୟଗିରିର ପର୍ଯ୍ୟବେକ୍ଷଣ କରି ପରବର୍ତ୍ତୀ ସତର୍କ ସୂଚନା ଜାରି କରାଯିବ ।
ମୌନା ଲୋଆର ଉଚ୍ଚତା ସମୁଦ୍ର ପତ୍ତନରୁ ପ୍ରାୟ ୪୧୬୯ ମିଟର । ଏହାର ନିକଟରେ ଥିବା କିଲାଇ ଆଗ୍ନେୟଗିରିରୁ ଗତ ୨୦୧୮ରେ ଆଗ୍ନେୟଉଦଗୀରଣ ହୋଇଥିଲା । ଏହା ଫଳରେ ୭୦୦ ଟି ଘର ନଷ୍ଟ ହୋଇଯାଇଥିଲା । ୧୯୫୦ରେ ଏଠାରୁ ହୋଇଥିବା ଏକ ଆଗ୍ନେୟଉଦଗୀରରୁ ବାହାରିଥିବା ଲାଭା ମାତ୍ର ୩ ଘଣ୍ଟାରେ ୨୪ କିଲୋମିଟର ଗତି କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/WhatsApp-Image-2022-11-28-at-19.02.05.jpeg)