ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ନୂତନ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତାକୁ ବୃଦ୍ଧି କରିଛି। ଭିଡିଓରେ, ଲସ୍କର-ଏ-ତୈବା ଓ ଏହାର ରାଜନୈତିକ ଶାଖା ପାକିସ୍ତାନ ମର୍କଜ ମୁସଲିମ ଲିଗ୍ ସହ ଜଡିତ ଲୋକେ ଜଳପଥରେ ଆକ୍ରମଣ ପାଇଁ ଆତଙ୍କବଦୀଙ୍କୁ ପ୍ରସ୍ତୁତ କରାଯାଉଥିବା ବିଷୟରେ କଥା ହେଉଥିବା ଦେଖାଯାଉଛି। ଭିଡିଓରେ ବିଶେଷକରି ଡଙ୍ଗା ଓ ସମୁଦ୍ର ପଥରେ ଲମ୍ବା ଯାତ୍ରା ପାଇଁ ତାଲିମ ଉପରେ ଗୁରୁତ୍ୱାରୋପ କରାଯାଇଛି। ଭିଡିଓକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି କାରଣ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଅଂଶଗ୍ରହଣକାରୀ ଅଜମଲ କସାବ ସମୁଦ୍ର ପଥରେ ଭାରତରେ ପ୍ରବେଶ କରିଥିଲା। ତେଣୁ ଲସ୍କର-ଏ-ତୈବା ଦ୍ୱାରା ଆତଙ୍କବାଦୀଙ୍କୁ ତାଲିମ ଦିଆଯିବା ଭିଡିଓକୁ ଏଭଳି ଆକ୍ରମଣ ପାଇଁ ଏକ ପ୍ରସ୍ତୁତି ଭାବରେ ଦେଖାଯାଉଛି।

Advertisment

ଆତଙ୍କବାଦୀ ତାଲିମ ଭିଡିଓ ଭାଇରାଲ

ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି। ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଲସ୍କର-ଏ-ତୈବା କମାଣ୍ଡର ହରିଶ ଡାର ଭାବରେ ଚିହ୍ନଟ କରାଯାଇଛି। ସେ ନିଯୁକ୍ତି ପାଇଥିବା ନୂଆ ଆତଙ୍କବାଦୀଙ୍କୁ ସମ୍ବୋଧିତ କରି ପାଣିରେ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସେ ସ୍କୁବା ଡାଇଭିଂ, ପହଁରିବା, ଡଙ୍ଗା ପରିଚାଳନା ଓ ଉଦ୍ଧାର ଭଳି କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରିଛନ୍ତି। ଯାହା ସ୍ପଷ୍ଟ କରୁଛି ସଂଗଠନ ସାମୁଦ୍ରିକ ଆକ୍ରମଣ ପାଇଁ ସ୍ୱତନ୍ତ୍ର ସ୍କ୍ବାଡ୍ ପ୍ରସ୍ତୁତ କରୁଛି। ଭିଡିଓରେ ଅନ୍ୟ ଜଣେ ଲସ୍କର କମାଣ୍ଡରଙ୍କୁ କହୁଥିବାର ଶୁଣାଯାଉଛି ଯେ, ସଂଗଠନ ଏକ ଜଳ ବାହିନୀ ପ୍ରସ୍ତୁତ କରୁଛି। ସେ ଦାବି କରିଛନ୍ତି, ୧୩୫ ଜଣଙ୍କୁ ଡଙ୍ଗା ଚଳାଇବା ପାଇଁ ତାଲିମ ଦିଆଯାଇଛି। ଭାରତୀୟ ଗଣମାଧ୍ୟମରେ ତାଙ୍କ ସଂଗଠନକୁ ମିଳୁଥିବା କଭରେଜ୍ ନେଇ ସେ ଗର୍ବ କରୁଥିବା ଅଭିଯୋଗ କରିଛନ୍ତି।

ଅପରେସନ ସିନ୍ଦୂରରେ ଭାରତ ଶିକ୍ଷା ଦେଇଥିଲା

ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ମାଟିରୁ ଭାରତ ବିରୋଧରେ ବିଷ ଓଗାଳିବା ଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି। ଲସ୍କର-ଏ-ତୈବା କମାଣ୍ଡର ଆମିର ଜିଆ ଭାରତରେ ବିନାଶ ଆଣିବା ଓ ପାକ୍ ଅଧିକୃତ କାଶ୍ମୀରରେ ଜିହାଦ ଆରମ୍ଭ କରିବାକୁ ଧମକ ଦେଇଥିଲା। ସେ ଗଜୱା-ଏ-ହିନ୍ଦ୍ ଭଳି ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ ମଧ୍ୟ ଦେଇଥିଲା। ଉଲ୍ଲେଖନୀୟ, ଗତ ବର୍ଷ ମେ’ ମାସରେ ଭାରତ ଅପରେସନ ସିନ୍ଦୂରରେ ପାକିସ୍ତାନର ପଞ୍ଜାବ ଓ ପିଓକେରେ ଆତଙ୍କବାଦୀ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେଥିରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଅନେକ ଆଡ୍ଡା ଧ୍ୱଂସ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: Number of billionaires increased: ବିଶ୍ଵରେ ବଢ଼ିଲା କୋଟିପତିଙ୍କ ସଂଖ୍ୟା, ତାଲିକାରେ ଭାରତର ଦୁଇ

ଆହୁରି ଦେଖନ୍ତୁ: