ଭାରତରେ ଅନୁପ୍ରବେଶ ପାଇଁ ୪୫ ଆତଙ୍କବାଦୀ ଅପେକ୍ଷାରତ: ଭାରତୀୟ ସେନା ସଜାଗ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସହିତ ସୀମାନ୍ତରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଥିିବା ବେଳେ ଲସ୍କର ଇ ତୋଇବା ଆତଙ୍କବାଦୀ ସଙ୍ଗଠନର ଏକ ବଡ଼ ଟିମ୍‌ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ପାଇଁ ଷଡଯନ୍ତ୍ର କରୁଥିବା ଗୁଇନ୍ଦା ସୂଚନା ମିଳିଛି।ଏ ପ୍ରସଙ୍ଗରେ ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଏବଂ ଜାମ୍ମୁ ଓ କଶ୍ମୀର ସରକାରଙ୍କୁ ଅବଗତ କରାଯିବା ପରେ ସରକାର ସତର୍କ ହୋଇ ଉଠିଛନ୍ତି। ବିଶେଷ କରି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଜୋରଦାର କରିବା ପାଇଁ ଲସ୍କର ଇ ତୋଇବା ୪୫ ଜଣ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ଯୋଜନାରେ ରହିଥିବା ଜଣାପଡ଼ିଛି। ତେଣୁ ଉପଯୂୁକ୍ତ ପଦକ୍ଷେପ ନେଇ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି।
ଗୁଇନ୍ଦା ସୂଚନାଅନୁଯାୟୀ, ଲସ୍କର ଇ ତୋଇବା ପକ୍ଷରୁ ନାଙ୍ଗି ଓ କୃଷ୍ଣା ଘାଟ ଅଞ୍ଚଳରେ ଅନୁପ୍ରବେଶ ପାଇର୍ଁ ଗୋପନୀୟ ତଥ୍ୟ ସଂଗ୍ରହ କରାଯାଉଛି। ଏଥିରେ ସେମାନେ ଭାରତୀୟ ପୋଷ୍ଟର ଗତିବିଧି ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛନ୍ତି।


ଜାମ୍ମୁ ଓ କଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଯେଉଁ ବାଟ ଦେଇ ଲସ୍କର ଇ ତୋଇବାର ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରିଛନ୍ତି, ତାହା ଭାରତୀୟ ସେନାର ୧୦ମ ବାଟାଲିୟନ ଇନ୍‌ଫାଣ୍ଟ୍ରି ବିଗ୍ରେଡ ଅଧିିନରେ ଆସୁଛି। ତେଣୁ ଯେଉଁ ଗୁଇନ୍ଦା ସୂଚନା ମିଳିଛି ଏ ସମ୍ପର୍କରେ ସେନା ଓ ବିଏସଏଫକୁ ଅବଗତ କରାଯାଇଛି।
ସେହିପରି ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଅତୀତରେ ଯେତେବେଳେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି, ସବୁଥର କିଛି ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସୁଯୋଗ ଦେବାକୁ ହାଇଛି। ଏଥର ସେମାନେ ବଡ଼ ଧରଣର ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ତେଣୁ ଆମେ ଏହି ଯୋଜନାକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲିି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର