କୁଲ୍‌ଗାମ୍‌ରେ ୩ ବିଜେପିକର୍ମୀଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ଲଶ୍କର୍‌ ଆତଙ୍କବାଦୀ ଜହୁର ଅହମଦ ଗିରଫ

ଶ୍ରୀନଗର: ଗତବର୍ଷ କୁଲ୍‌ଗାମ୍‌ ଜିଲ୍ଲାର ବେସୁ ଅଞ୍ଚଳରେ ତିନିଜଣ ବିଜେପିକର୍ମୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ବୋଲି ସନ୍ଦେହ କରାଯାଉଥିବା ଲଶ୍କର୍‌-ଏ-ତୈବାର ଆତଙ୍କବାଦୀ ଜହୁର ଅହମଦ୍‌ ରାଠର୍‌ଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ଗିରଫ କରିଛି। ଗତ ରାତିରେ ସାମ୍ବା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି।

କୁଲ୍‌ଗାମ୍‌ର ଫୁରା ଅଞ୍ଚଳରେ ଜଣେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଜହୁର ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଅଧିକ ତଦନ୍ତ ନିମନ୍ତେ ତାଙ୍କୁ କଶ୍ମୀରକୁ ଅଣାଯାଉଛି।

Image Courtesy of Jagaran English

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଫେବ୍ରୁଆରି ୧୨ ଓ ୧୩ ରାତ୍ରୀରେ ସାମ୍ବାରରୁ ଅନନ୍ତନାଗର ଦଳେ ପୁଲିସ ‘ଦି ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’ର (ଟିଆର୍‌ଏଫ୍‌) ଆତଙ୍କବାଦୀ ଜହୁର ଅହମଦ୍‌ ରାଠର୍‌ ଓରଫ୍‌ ସାହିଲ୍‌ ଓରଫ୍‌ ଖାଲିଦଙ୍କୁ ଗିରଫ କରିଛି। ଅନନ୍ତନାଗ ପୁଲିସ ଠାରୁ ସୁନିଶ୍ଚିତ ସୂଚନା ପାଇ ସାମ୍ବାରେ ଆତ୍ମଗୋପନ କରିଥିବା ଜହୁରଙ୍କୁ ଗିରଫ କରାଯାଇଛି। ‘ଟିଆର୍‌ଏଫ୍‌’ ହେଉଛି ‘ଲଶ୍କର୍‌-ଏ-ତୈବା’ର ଏକ ଶାଖା ସଙ୍ଗଠନ।

୨୦୨୦ ଅକ୍ଟୋବର ୨୯ ତାରିଖ ଦିନ କୁଲଗାମ୍‌ର ଓ୍ଵାଇ.କେ. ପୋରା ଅଞ୍ଚଳରେ ଫିଦା ହୁସେନ୍‌ ୟାତ୍‌ହୁ, ଉମେର୍‌ ଶରିଦ ବେଗ୍‌ ଏବଂ ଉମେର୍‌ ରମ୍‌ଜାନ ହାଜାମ ନାମରେ ତିନିଜଣ ଭାରତୀୟ ଜନତା ପାର୍ଟିର କର୍ମୀଙ୍କୁ ହତ୍ୟା କରାଯାଇଥିଲା। ତିନିହେଁ ରାତି ପ୍ରାୟ ୮.୨୦ରେ ଏକ କାର୍‌ରେ ଯାଉଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର