ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ଆଧାର-ପ୍ୟାନ ଲିଙ୍କ୍‌ କରିବାର ଶେଷ ତାରିଖ

ନୂଆଦିଲ୍ଲୀ : ଆଉ ୩ ମାସ ବଢିଲା ପ୍ୟାନ ନମ୍ବର ସହ ଆଧାର ଲିଙ୍କ୍‌ କରିବାର ଶେଷ ତାରିଖ । ପୂର୍ବରୁ ଏହା କରିବାର ଶେଷ ତାରିଖ ଡିସେମ୍ବର ୩୧ ଧାର୍ଯ୍ୟ କରାଯାଇଥିଲା । ଏହାକୁ ମିଶାଇ ଏହି ଶେଷତାରିଖ ୮ ଥର ବଢିସାରିଲାଣି । ଏହି ସମୟସୀମା ବୃଦ୍ଧି ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ  କେନ୍ଦ୍ରୀୟ  ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟ୍ଵିଟ୍‌ କରି ଘୋଷଣା କରାଯାଇଛି ।

୨୦୧୮ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାନ ପ୍ୟାନ ଲିଙ୍କ୍ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ପ୍ରଥମେ ସେପ୍ଟେମ୍ବର ୩୦ ଓ ତାପରେ ପୁଣି ଥରେ ଡିସେମ୍ବର ୩୧କୁ ବଢାଇ ଦେଇଥିଲେ । କିନ୍ତୁ ଆଦି ପୁଣି ଥରେ ଏହି ଶେଷ ତାରିଖକୁ ବଢାଇବାକୁ ସିବିଡିଟି ନିଷ୍ପତ୍ତି ନେଇଛି ।

ଲୋକମାନେ ଏବେ ଦୁଇଟି ଉପାୟ- ଅନଲାଇନ ଓ ଅଫଲାଇନରେ ନିଜର ଆଧାର ନମ୍ବର ସହ ପ୍ୟାନ ନମ୍ବରକୁ ଲିଙ୍କ୍‌ କରିପାରିବେ । ସେମାନେ ଆୟକର ବିଭାଗ େଓ୍ଵବସାଇଟକୁ ଯାଇ ଏହା କରିପାରିବେ । ଏହାଛଡ଼ା ଅଫଲାଇନରେ ସେମାନେ ନିକଟସ୍ଥ ପ୍ୟାନ ସେବା କେନ୍ଦ୍ର, ଏନଏସଡିଏଲ୍‌ କିମ୍ବା ୟୁଟିଆଇଆଇଟିଏସଏଲକୁ ଯାଇ ପ୍ୟାନ ନମ୍ବର ସହ ଆଧାର ଲିଙ୍କ୍‌ କରିପାରିବେ ।

ସମ୍ବନ୍ଧିତ ଖବର