ରାଇପୁର: ନକ୍ସଲଙ୍କ ଆଖିରୁ ନିଦ ହଜିଛି । ଯବାନଙ୍କ ଗୁଳିର ଭୟ ମାଓବାଦୀଙ୍କୁ ଘାରିଛି । ଆଉ ସୁରକ୍ଷା କର୍ମୀଙ୍କ ଏହି ବନ୍ଧୁକର ଗର୍ଜନ ଶୁଣି ରାତିରେ ଶୋଇପାରୁନାହାନ୍ତି ନକ୍ସଲ । ଜୀବନ ବିକଳରେ କିଏ କେଉଁଠି ଲୁଚି ରହୁଛି ତ କିଏ ଆତ୍ମସମର୍ପଣ କରୁଛି । ଅପରେସନ ନକ୍ସଲ ନିପାତକୁ ଭାରତରେ ଜୋରଦାର କରାଯାଇଥିବା ବେଳେ ଗତ ୩ ଦିନ ତଳେ ମାଓ ନେତା ବାସବ ରାଜୁକୁ ନିପାତ କରିଛନ୍ତି ଯବାନ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ବାସବର ଶେଷ ଚିଠି । ଗୁଳିରେ ଟଳିବା ପୂର୍ବରୁ ବାସବ ନକ୍ସଲମାନଙ୍କ ପାଇଁ ଲେଖିଥିବା ବାର୍ତ୍ତା ସାମ୍ନାକୁ ଆସିଛି ଯାହା ସୂଚାଉଛି ଯବାନଙ୍କ ଗୁଳିକୁ ନକ୍ସଲଙ୍କ କେତେ ଭୟ । 

Advertisment

ବାସବ ଲେଖିଛି- ଲୁଚି ଯାଅ... ନହେଲେ ଖୋଜି ଖୋଜି ମାରିବ ଡିଆରଜି । ଏମିତି ଲେଖା ଥିବା ଟପ୍ ମାଓ ନେତା ବାସବ ରାଜୁର ଶେଷ ଚିଠି ସାମ୍ନାକୁ ଆସିଛି । ମାଓ ନିପାତ ଅପରେସନ ଜୋରଦାର ଚାଲିଥିବା ବେଳେ ଏମିତି କିଛି ଲେଖିଥିଲା ମାଓନେତା ବାସବରାଜୁ । ସାଥି ମାଓବାଦୀଙ୍କୁ ଲୁଚି ଯିବାକୁ ପରାମର୍ଶ ଦେବା ସହ ଡିଆରଜି ଯବାନ ମାନେ ଖୋଜି ବାହାର କରିବେ ଏବଂ ଖୋଜି ଖୋଜି ମାରିବେ ବୋଲି ଚିଠିରେ ଲେଖିଥିଲା ମାଓ ନେତା ବାସବରାଜୁ ।

ମୃତ୍ୟୁ ପୂର୍ବରୁ ଏପରି ହାତ ଲେଖା ଚିଠି ଲେଖି ଥିଲା ମାଓ ମୁଖିଆ । ଛତିଶଗଡ଼ ଅବୁଝାମାଡ଼ ଜଙ୍ଗଲରେ ବଡ଼ବଡ଼ ମାଓନେତା ଓ କମାଣ୍ଡର ଏକାଠି ହୋଇଥିବା ବେଳେ ବଡ଼ ଅପରେସନ କରିଥିଲେ ସୁରକ୍ଷାକର୍ମୀ ।  ଛତିଶଗଡ଼ର ନାରାୟଣପୁର ସମେତ ଦାନ୍ତେୱାଡ଼ା ଓ କୋଣ୍ଡାଗାଓଁର ଡିଆରଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ମାଓବାଦୀଙ୍କୁ ନିପାତ କରାଯାଇଥିଲା । ଏନକାଉଣ୍ଟରରେ ମାଓ ସଂଗଠନର ବଡ଼ନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୭ କ୍ୟାଡର ମାଓବାଦୀ ନିହତ ହୋଇଥିଲେ । ଏହା ପରେ ପୁଣି ଅପରେସନ କରି ଗତ ଦୁଇ ତିନି ଦିନ ଭିତରେ ୬ରୁ ଅଧିକ ମାଓମାଦୀଙ୍କୁ ସଫା କରାଯାଇଥିବା ବେଳେ ବିଜାପୁର ପୋଲିସ ପାଖରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ଯେଉଁଥିଲେ ୭ ଜଣ ଥିଲେ ମହିଳା ମାଓବାଦୀ । 

ଅଧିକ ପଢନ୍ତୁ-

୭ ମହିଳାଙ୍କ ସମେତ ୨୪ ନକ୍ସଲଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୮୭ ଲକ୍ଷ ଟଙ୍କା ପୁରସ୍କାର