ନୂଆଦିଲ୍ଲୀ: ବିହାରରେ ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ୍ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୧ ତୃତୀୟାଂଶ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଅନ୍ୟପଖେ ପାଖାପାଖି ଅଧା ପ୍ରାର୍ଥୀ ହେଉଛନ୍ତି କୋଟିପତି। ଏଡିଆର୍ (ଏସୋସିଏସନ୍ ଫର ଡିମୋକ୍ରାଟିକ୍ ରିଫର୍ମ୍ସ) ତଥ୍ୟ ଅନୁଯାୟୀ ୪୧୫ ପ୍ରାର୍ଥୀ ତଥା ୩୨ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧ ଜଣ ତଥା ୨୬ ପ୍ରତିଶତଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ତଥା ହତ୍ୟା ଉଦ୍ୟମ, ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ, ଅପହରଣ ଏବଂ ମହିଳାଙ୍କ ବିରୋଧରେ ଅପରାଧ ଅଭିଯୋଗ ରହିଛି।
ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ୧୨୨ ଆସନ ମଧ୍ୟରୁ ୭୩ଟି ଆସନକୁ ସମ୍ବେଦନଶୀଳ ବିବେଚନା କରାଯାଉଛି। ତଥ୍ୟ ଅନୁଯାୟୀ ସବୁଠାରୁ ଧନୀ ଏବଂ ସବୁଠାରୁ ଗରିବ ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ବିଭେଦ ରହିଛି। ବିଏସ୍ପିର ସୁଶୀଲ ଚୌଧାରୀ ତାଙ୍କର ଶୂନ ସମ୍ପତ୍ତି ଥିବା ଘୋଷଣା କରିଥିବା ବେଳେ ଅନ୍ୟଜଣେ ପ୍ରାର୍ଥୀ ସୁରେଶ ରାଜବଂଶୀ ତାଙ୍କର ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଲୌରିଆ ଆସନର ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ମୁଖ୍ୟ ରଣ କୌଶଳ ପ୍ରତାପ ସିଂହଙ୍କ ସମ୍ପତ୍ତି ମୂଲ୍ୟ ୩୬୮ କୋଟି ହୋଇଥିବା ବଳେ ଆର୍ଏଲଜେପି (ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି)ର ନୀତୀଶ କୁମାରଙ୍କ ସମ୍ପତ୍ତି ମୂଲ୍ୟ ୨୫୦ କୋଟି ଟଙ୍କା। ଶିକ୍ଷା କ୍ଷେତ୍ରରେ ୬୨୭ ପ୍ରାର୍ଥୀ ତଥା ୪୮ ପ୍ରତିଶତ ହେଉଛନ୍ତି ଗ୍ରାଜୁଏଟ। ଅନ୍ୟପକ୍ଷେ ୫୨୮ ଜଣ ତଥା ୪୧ ପ୍ରତିଶତ କେବଳ ଦ୍ବାଦଶ ଯାଏଁ ପଢ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/11/fshhfsxvbbvxbv-2025-11-11-01-53-19.jpg)