ନୂଆଦିଲ୍ଲୀ: ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନକୁ ଧ୍ୱଂସ କରିବା ସମୟରେ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଶେଷ ରେଡିଓ ମେସେଜ୍‌ ସାମ୍ନାକୁ ଆସିଛି। ଏହି ମେସେଜରେ ଅଭିନନ୍ଦନ କିପରି ଏଫ-୧୬କୁ ସେ କିପରି ଲକ୍‌ କରିଦେଇଥିଲେ ତାହା ରେକର୍ଡ ହୋଇଛି।

Advertisment

publive-image

ସ୍ୱଳ୍ପ ଦୂରଗାମୀ ମିସାଇଲ ଆର -୭୩ ମାଡ କରି ଏଫ-୧୬ କୁ ଆକାଶ ମାର୍ଗରେ ଅଭିନନ୍ଦନ ଯେତେବେଳେ ଧ୍ୱଂସ କରିଥିଲେ ସେହି ସମୟରେ ଏହି ରେଡିଓ ମେସେଜ୍‌ ରେକର୍ଡ ହୋଇଥିଲା। ଏହାର ମାତ୍ର କିଛି ସମୟ ପରେ ପାକିସ୍ତାନର ଯୁଦ୍ଧ ବିମାନ ଆକ୍ରମଣରେ ଅଭିନନ୍ଦନଙ୍କ ଚଳାଉଥିବା ମିଗ୍‌-୨୧ ନଷ୍ଟ ହୋଇ ଯାଇଥିଲା। ତା’ପରେ ପାରାଚ୍ୟୁଟ୍‌ ସହାୟତାରେ ସେ ପିଓକେରେ ଅବତରଣ କରିଥିଲେ । ସେଠାରୁ ପାକ୍‌ ସେନା ଅଭିନନ୍ଦନଙ୍କୁ କବଜା କରି ନେଇଥିଲା ।

publive-image

ଗତ ୨୬ ତାରିଖ ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ବିଚଳିତ ହୋଇପଡିଥିଲା ପାକ୍‌ସେନା। ୨୭ ତାରିଖ ପୂର୍ବାହ୍ନ ୧୦ଟାରେ ଜମ୍ମୁକଶ୍ମୀରର ଏଲଓସିରେ ନିକଟରେ ଥିବା ଭାରତୀୟ ଆର୍ମି କ୍ୟାମ୍ପକୁ ଟାର୍ଗେଟ କରି ପାକିସ୍ତାନର ଏଫ-୧୬ ବିମାନ ରକେଟ୍‌ ମାଡ କରିଥିଲା । ଏହାର ଜବାବ ଦେବାକୁ ଯାଇ ଅଭିନନ୍ଦନ ପାକିସ୍ତାନର ଏଫ-୧୬କୁ ଆକ୍ରମଣ କରିଥିଲେ । ଅଭିନନ୍ଦନଙ୍କ ସମେତ ୬ଜଣ ମିଗ୍‌-୨୧ ପାଇଲଟ ପାକିସ୍ତାନୀ ଯୁଦ୍ଧ ବିମାନକୁ ଘଉଡାଇବା ପାଇଁ ପ୍ରତି ଆକ୍ରମଣ କରିଥିଲେ । ଦୀର୍ଘ ୧୫ ମିନିଟ୍‌ ଧରି ଆକାଶରେ ପାକିସ୍ତାନର ଯୁଦ୍ଧ ବିମାନ ଓ ଭାରତର ଯୁଦ୍ଧ ବିମାନ ମଧ୍ୟରେ ଲଢ଼େଇ ଚାଲିଥିଲା।