ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପାଇଲଟ ଗୋପାଳକୃଷ୍ଣ ପଣ୍ଡାଙ୍କ ଅନ୍ତିମ ସଂସ୍କାର ଛତିଶଗଡ଼ର ରାୟପୁରଠାରେ କରାଯିବ ବୋଲି ସୂଚନା ମିଳିଛି। ଛତିଶଗଡ଼ ରାଜ୍ୟ ସରକାର ଗୋପାଳକୃଷ୍ଣ ପଣ୍ଡାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଇବେ ବୋଲି ଜଣାଯାଇଛି। ଏହି ସୂଚନା ମିଳିବା ପରେ ଉଇଂ କମାଣ୍ଡର ଶ୍ରୀ ପଣ୍ଡାଙ୍କର ପରିବାର ଓ ସଂପର୍କୀୟମାନେ ରାୟପୁର ଅଭିମୁଖେ ବାହାରିଥିବା ଜଣାଯାଇଛି। ସେମାନେ ରାୟପୁରରେ ପହଞ୍ଚିବା ପରେ ଗୋପାଳକୃଷ୍ଣ ପଣ୍ଡାଙ୍କ ଅନ୍ତିମ ସଂସ୍କାର କରାଯିବ।
ସୂଚନାଯୋଗ୍ୟ, ଉଇଂ କମାଣ୍ଡର ଗୋପାଳକୃଷ୍ଣ ପଣ୍ଡା ନିଜ ପଦବିରୁ ଅବସର ନେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବ୍ୟକ୍ତିଗତ ପାଇଲଟ୍ ଭାବେ କାମ କରୁଥିଲେ। ୫୬ ବର୍ଷ ବୟସ୍କ ଗୋପାଳକୃଷ୍ଣ ସାଥୀ ପାଇଲଟ୍ ଏପି ଶ୍ରୀବାସ୍ତବଙ୍କ ସହିତ ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟଠାରେ ରୁଟିନ ଅଭ୍ୟାସ କରୁଥିବା ବେଳେ ଅଗଷ୍ଟା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ବେଳେ ରନ୍ୱେରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା।
/sambad/media/post_attachments/wp-content/uploads/2022/05/820c0b08-d3e0-4d2c-9527-2457e334f2a3.jpg)
ଏପି ଶ୍ରୀବାସ୍ତବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଗୋପାଳକୃଷ୍ଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଗୋପାଳଙ୍କର ସ୍ତ୍ରୀ ସହିତ ଝିଅ ଓ ପୁଅ ଅଛନ୍ତି। ସେମାନେ ସପରିବାର ରାୟପୁରରେ ରହୁଛନ୍ତି। ସେମାନେ ସ୍କୁଲରେ ପଢ଼ୁଛନ୍ତି। ଖବର ପାଇ ତାଙ୍କ ସାନଭାଇ ସମ୍ବଲରପୁରର ହୀରାକୁଦ କଲୋନିରେ ରହୁଥିବା ଡାକ୍ତର ବିମଳ କୁମାର ପଣ୍ଡା ରାୟପୁର ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/6a1b9abb-6706-4163-8744-11606c1c4c96-1.jpg)