ପୋଷା ଶୁଆର ଶେଷକୃତ୍ୟ ସହ ନୀରବ ପ୍ରାର୍ଥନା ଆୟୋଜନ କଲେ ପାଳକ

ଲକ୍ଷ୍ନୌ: ଆଜିକାଲି ପ୍ରାୟ କିଛି ନା କିଛି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି। ନିକଟରେ ଉତ୍ତରପ୍ରଦେଶରେ ବି ଘଟିଯାଇଛି ସେହିପରି ଏକ ଘଟଣା। ସେଠାରେ ଜଣେ ବ୍ୟକ୍ତିଙ୍କର ପୋଷା ଶୁଆର ମୃତ୍ୟୁ ହେବା ପରେ ସେ ଘରୁ କେହି ମରିଗଲା ପରି ଶୁଆ ପାଇଁ ଅନ୍ତିମ ସଂସ୍କାର କରି ଚର୍ଚ୍ଚା ପାଲଟିଛନ୍ତି। ଶୁଆ ପ୍ରତି ଥିବା ସ୍ନେହ ହେତୁ ବ୍ୟକ୍ତି ଜଣକ ହିନ୍ଦୁ ଧର୍ମ ଅନୁସାରେ ମଣିଷ ପରି ଶୁଆର ବି ଶେଷକୃତ୍ୟ ସଂପନ୍ନ କରିଛନ୍ତି।

ନିଜର ପୋଷା ପକ୍ଷୀ ପ୍ରତି ଅହେତୁକ ସ୍ନେହ ରଖିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଙ୍କଜ କୁମାର ମିତଲ୍‌। ସେ ବୃତ୍ତିଗତ ଭାବେ ଜଣେ ଶିକ୍ଷକ। ପଙ୍କଜ ଅମରୋହର ହସନପୁରରେ ରହନ୍ତି। ମାର୍ଚ୍ଚ ୫ ତାରିଖରେ ତାଙ୍କ ଶୁଆର ମୃତ୍ୟୁ ହୋଇଥିଲା। ରବିବାର ଦିନ ପଙ୍କଜ ଲୋକ ଡାକି ସେମାନଙ୍କ ଭୋଜନ କରାଇଛନ୍ତି।

ଏ ସଂପର୍କରେ ମିତଲ କହନ୍ତି, ‘ମୁଁ ଏହି ଶୁଆକୁ ୫ ବର୍ଷ ତଳେ ଘରକୁ ଆଣିଥିଲି। ତା’ ଗୋଡ଼ ଖଣ୍ଡିଆ ହୋଇଥିବାରୁ ସେ ସେତେବେଳେ ଉଡ଼ି ପାରୁନଥିଲା। ତାକୁ ମୁଁ ମୋ ପୁଅଠାରୁ ବି ଭଲ ଚିକିତ୍ସା ପ୍ରଦାନ କରିଥିଲି।

ଉଲ୍ଲେଖଯୋଗ୍ୟ, ଶୁଆଟିର ପରଲୋକ ହେବା ପରେ ମିତଲ୍‌ ପରିବାର ଲୋକ ତା’ର ଶେଷକୃତ୍ୟ ପାଇଁ ତାକୁ ଗଙ୍ଗାଘାଟକୁ ନେଇ ଯାଇଥିଲେ। କେବଳ ସେତିକି ନୁହେଁ ସେମାନେ ଶୁଆ ଆତ୍ମାର ସଦ୍‌ଗଦି ପାଇଁ ଏକ ନୀରବ ପ୍ରାର୍ଥନା ଆୟୋଜନ ବି କରିଥିଲେ।

ସମ୍ବନ୍ଧିତ ଖବର