ସହିଦ ପିତାଙ୍କୁ ମୁଖାଗ୍ନି ଦେବା ପରେ ଚେତା ହରାଇଲେ ୧୦ ବର୍ଷର ଝିଅ

କନୌଜ : ଗତ ୧୪ ତାରିଖ ଦିନ ଜମ୍ମୁ ଓ କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା  ଯବାନ ପ୍ରଦୀପ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁ ସୁଖସେନପୁରରେ କରାଯାଇଛି । ତାଙ୍କର ଦଶ ବର୍ଷର ଝିଅ ସୁପ୍ରିୟା ଯାଦବ ମୁଖାଗ୍ନି ଦେଇଥିଲେ । ତେବେ ମୁଖାଗ୍ନି ଦେବା ପରେ ସେ ଦୁଃଖରେ ଚେତାଶୂନ୍ୟ ହୋଇ ଖସିପଡିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୃଶ୍ୟ ଦେଖି ଲୋକମାନଙ୍କ ଆଖିରେ ଲୁହ ଆସିଯାଇଥିଲା । ତାଙ୍କର ଅଢେଇ ବର୍ଷର ଆଉ ଏକ ଝିଅ ମଧ୍ୟ ଅଛି । ଏହି ଘଟଣା ପରେ ତାଙ୍କ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରୁ କେବଳ ଉତ୍ତରପ୍ରଦେଶର ୧୨ ଜଣ ଯବାନ ଅନ୍ତର୍ଭୁକ୍ତ । ଉତ୍ତରପ୍ରଦେଶ ସରକାର ପ୍ରତି ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହାଛଡ଼ା କେନ୍ଦ୍ର ସରକାର ମଧ୍ୟ ପ୍ରତି ଯବାନଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର