କଡ଼ା ସୁରକ୍ଷା ଭିତରେ ନିଜ ଜନ୍ମ ମାଟିରେ ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ ହେଲା

ଉନ୍ନାଓ: ଶୁକ୍ରବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କର ରବିବାର କଡ଼ା ସୁରକ୍ଷା ଭିତରେ ତାଙ୍କ ଗ୍ରାମରେ ଶେଷ ସଂସ୍କାର ସଂପନ୍ନ ହୋଇଛି। ପରିବାର ଲୋକଙ୍କର ସମସ୍ତ ଦାବି ପୂରା ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଶବ ସତ୍କାର ହୋଇଛି। ପୀଡ଼ିତା ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଳୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌ରେ ରାତି ପ୍ରାୟ ୧୧.୪୦ ସମୟରେ ଦୃହ୍‌ଘାତ ଶିକାର ହୋଇ ତ‌ାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌ ମୁଖପାତ୍ରଙ୍କ କହିବା ଅନୁଯାୟୀ ପୀଡ଼ିତା ଅସୀମ ଧୈର୍ଯ୍ୟର ସହ ଯନ୍ତ୍ରଣାର ମୁକାବିଲା କରୁଥିଲେ ଏବଂ ରାତି ୧୧ଟା ୪୦ରେ ହୃଦ୍‌ଘାତର ଶିକାର ହୋଇଥିଲେ। ପୀଡ଼ିତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲେ ମଧ୍ୟ ତାଙ୍କର ବଞ୍ଚିବାକୁ ପ୍ରବଳ ଇଚ୍ଛା ଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିଲେ। ପୀଡ଼ିତାଙ୍କ ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ କାନ୍ଦି ପକାଇଥିଲେ।

Zee News

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ୨୩ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ତାଙ୍କ ବାସଭବନରୁ ରାଏବରେଲିରେ ଆଇନଜୀବୀଙ୍କୁ ଭେଟିବାକୁ ଯିବା ବାଟରେ ତାଙ୍କୁ ୫ ଜଣ ଆକ୍ରମଣ କରିଥିଲେ। ତାଙ୍କୁ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କ ସମେତ ସମୁଦାୟ ୫ ଜଣ ପୀଡ଼ିତାଙ୍କୁ ଛଡ଼ରେ ମାରିବା ସହ ବାରମ୍ବାର ଛୁରାଘାତ କରିଥିଲେ। ପରେ ସେମାନେ ପୀଡ଼ିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଏହାପରେ ତାଙ୍କୁ ଡିସେମ୍ବର ୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ୍‌ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ।

 

ସମ୍ବନ୍ଧିତ ଖବର