ଅରୁଣ ଜେଟଲୀଙ୍କର ଶେଷ ତିନି ଦିନ କିପରି ଥିଲା, ତାହାର ଖୁଲାସା କଲେ ଡାକ୍ତର

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଶୋକ ସାଗରରେ ଭସାଇ ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ୬୬ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍‌ରେ  ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଘ.୧୭ ମିନିଟ୍‌ରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ  ଜେଟ୍‌ଲୀଙ୍କର ଦେହାନ୍ତ ପୂର୍ବରୁ ତାଙ୍କର ସେହି ଶେଷ ତିନି ଦିନ କିପରି ରହିଥିଲା ,ତାହା ଆମେ ଆପଣଙ୍କୁ ଜଣାଇବୁ।

ସୂଚନା ଅନୁଯାୟୀ , ଅଗଷ୍ଟ୯ ତାରିଖ ସକାଳ ପାଖାପାଖି ୧୦ଟା ସମୟର କଥା। ପୂର୍ବତନ ଅର୍ଥମନ୍ତ୍ରୀ  ଜେଟ୍‌ଲୀ ସବୁଦିନ ଭଳି ନିଜ  ଗ୍ରେଟର କୈଳାଶସ୍ଥିତ  ବାସଭବନରେ ସକାଳର ଜଳଖିଆ ଖାଉଥିଲେ। ହଠାତ୍‌ ସେହି ସମୟରେ ସେ  ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ପରିବାରବର୍ଗ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ଜେଟ୍‌ଲୀଙ୍କୁ ସୁସ୍ଥ କରିବାକୁ ଯାଇ ଏମ୍ସର ପାଞ୍ଚୋଟି ବିଭାଗର ୧୨ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସାରେ ଲାଗିପଡ଼ିଲେ। ହେଲେ ୨୧ ଅଗଷ୍ଟ ରାତିର ସମୟ ,ଯେତେବେଳେ କି ଜେଟ୍‌ଲୀ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାକୁ ଲାଗିଲା, ଯାହାକୁ ନେଇ ଶନିବାର ଏମ୍ସର ଡାକ୍ତରମାନେ ଜେଟ୍‌ଲୀଙ୍କର ଶେଷ ସେହି ତିନି ଦିନ କଥା ଜଣାଇଛନ୍ତି।

photo-oneindia

ଏହାକୁ  ନେଇ ଏମ୍ସର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି କି, ଜେଟ୍‌ଲୀଙ୍କର ସ୍ୱାସ୍ଥ୍ୟବସ୍ଥା ପ୍ରଥମରୁ ହିଁ ଅତ୍ୟନ୍ତ ଗମ୍ଭୀର ରହିଥିଲା। କେତେବେଳେ ତାଙ୍କ ଶରୀରରେ ଔଷଧ ଭଲଭାବେ କାର୍ଯ୍ୟ କରୁଥିଲା ତ ଆଉ କେତେବେଳେ ସେ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ହେଲେ ଅନ୍ତିମ ଦିନରେ ଜେଟ୍‌ଲୀଙ୍କ ଅବସ୍ଥା ସଂପୂର୍ଣ୍ଣଭାବେ ବଦଳିଯାଇଥିଲା। ଏଥିସହିତ ଜେଟ୍‌ଲୀଙ୍କୁ ବଂଚାଇବାକୁ ଯାଇ ଡାକ୍ତରମାନେ ସେ ସମସ୍ତ ଚେଷ୍ଟା କରୁଥିଲେ । ସେମାନେ ଔଷଧରଡୋଜ୍‌କୁ ବୃଦ୍ଧି କରିଥିଲେ,ଭେଣ୍ଟିଲେଟରକୁ ଏକ୍ମୋ ପର୍ଯ୍ୟନ୍ତ ନେଇଥିଲେ,ହାର୍ଟ  ପଂପ୍‌ ବ୍ୟତୀତ ଫୁସଫୁସ ମାଧ୍ୟମରେ ସଂକ୍ରମଣକୁ ଦୂର କରିଥିଲେ। ହେଲେ ଶୁକ୍ରବାର ସକାଳ ସମୟରେ ଜେଟ୍‌ଲୀଙ୍କ ପେଟରେ ସଂକ୍ରମଣ ହୋଇଥିବାର ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଫଳତଃ  ଜେଟ୍‌ଲୀଙ୍କୁ ସସ୍ଥ କରିବାକୁ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ସମୟ ପ୍ରାୟ ରାତି ୮ଟାପରେ ଜେଟ୍‌ଲୀଠାରେ ସଂକ୍ରମଣ ଖୁବ ଜୋରରେ ବୃଦ୍ଧି ପାଇଥିଲା।

ଏହି କାରଣରୁ ଜେଟ୍‌ଲୀଙ୍କ ଶରୀରର ଅନ୍ୟାନ୍ୟ ଅଙ୍ଗକୁ କଭର କରିବାକୁ ପଡ଼ିଥିଲା। ଫଳରେ ଗତ ରାତିରେ ଜେଟ୍‌ଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ତେଣୁ ରାତିସାରା ପାଖାପାଖି ୨୫ ଜଣିଆ ଡାକ୍ତରୀ ଦଳ କାର୍ଡିଏକ ନ୍ୟୁରୋ ସେଣ୍ଟରସ୍ଥିତ  ଆଇସିୟୁରେ ଜେଟ୍‌ଲୀଙ୍କ ପାଖରେ ଉପସ୍ଥିତ ରହିଲେ। କାରଣ ସେମାନେ ଜାଣିସାରିଥିଲେ ଯେ,ଜେଟ୍‌ଲୀଙ୍କୁ ବଂଚାଇବା ଆଉ ସମ୍ଭବପର ନୁହେଁ। ତଥାପି ସେମାନେ ଅକ୍ଳାନ୍ତ ପରିଶ୍ରମ କରିଲେ।

photo–indiatoday

ତେବେ ଶନିବାର ସକାଳ ସମୟରେ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ସମସ୍ତ ଟିମ୍‌ ଖୁସି ଅନୁଭବ କରିଥିଲେ। ହେଲେ କିଛି ଘଣ୍ଟା ପରେ ସକାଳ ପ୍ରାୟ ୯ଟା ବେଳକୁ ଜେଟ୍‌ଲୀଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା। ଫଳତଃ  ଅରୁୂଣ ଜେଟ୍‌ଲୀ ଦ୍ୱିପ୍ରହର ୧୨ ଟା ୭ ମିନିଟ୍‌ ସମୟରେ ନିଜର ଅନ୍ତିମ ନିଃଶ୍ୱାସ ନେଇଥିଲେ ।ସେ ଜୀବନର ଶେଷ ନିଃଶ୍ୱାସ ପର୍ଯନ୍ତ ମଧ୍ୟ ରୋଗ ସହିତ ଲଢ଼ିଥିଲେ ବୋଲି କହିଛନ୍ତି ଏମ୍ସର ଏହି ବରିଷ୍ଠ ଡାକ୍ତର।

 

ସମ୍ବନ୍ଧିତ ଖବର