ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜମ୍ମୁ-କାଶ୍ମୀର ପୁଲିସ ଡିଏସପି ଅମନ ଠାକୁରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ସହିଦ ହୋଇଥିବା ଜମ୍ମୁ-କାଶ୍ମୀର ପୁଲିସର ଡିଏସପି ଅମନ୍ ଠାକୁରଙ୍କୁ ଆଜି ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଜାମ୍ମୁରେ ଅମନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ଜାମ୍ମୁ-କାଶ୍ମୀର ରାଜ୍ୟପାଳ  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଶେର-ଏ-କାଶ୍ମୀର ବୀରତା ପଦକରେ ସମ୍ମାନିତ ଅମନ ଠାକୁରଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ହେବ ।

୨୦୧୧ ମସିହାରେ ଅମନ ଅଧ୍ୟାପକ ଚାକିରି  ଛାଡି କାଶ୍ମୀର ପୋଲିସରେ ସାମିଲ ହୋଇଥିଲେ । ୨୦୧୩ ରେ ଅମନଙ୍କ ବିବାହ ହୋଇଥିଲା।  ସହିଦ ହେବା ପରେ ଅମନଙ୍କ ବାପା ମା, ପତ୍ନୀ ଓ ୬ ବର୍ଷର ପୁଅ ଅଛନ୍ତି । ଗତକାଲି ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ସହିଦ ହୋଇଥିଲେ ଅମନ ଠାକୁର ।

ସମ୍ବନ୍ଧିତ ଖବର