ଚେନ୍ନାଇ: ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧିଙ୍କ କଫିନ୍ରେ ଲେଖାଯାଇଥିବା କିଛି ଶବ୍ଦକୁ ନେଇ ଏବେ ସବୁଠି ଚର୍ଚ୍ଚା। କଫିନ୍ରେ କ’ଣ ଲେଖାଯାଇଛି ତାହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ। ଶବ୍ଦଗୁଡ଼ିକ ତାମିଲରେ ଲେଖାଯାଇଥିବାରୁ ଅନ୍ୟମାନେ ଏହାର ଅର୍ଥ ଜାଣିବା ଲାଗି ଚେଷ୍ଟା କରିଥିଲେ। ଗଣମାଧ୍ୟମ ରିପୋର୍ଟ ମୁତାବକ କଫିନ୍ରେ ଉଲ୍ଲେଖ ଥିଲା, ‘ଜଣେ ଏଭଳି ଲୋକ ଯିଏ ଆରାମ ନକରି ଜୀବନସାରା କେବଳ କାମ କଲେ, ଏବେ ଆରାମ କରୁଛନ୍ତି।’ ପିତାଙ୍କ ଦେହାନ୍ତ ପରେ ଏମ୍ କେ ଷ୍ଟାଲିନ୍ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘‘ଆପଣଙ୍କୁ ମୁଁ ଶେଷଥର ପାଇଁ ‘ଆପ୍ପା’ ଡାକିପାରେ କି? ଆପଣ ମୋର ପିତା ହୋଇଥିବାରୁ ଆପଣଙ୍କୁ ଆପ୍ପା ଡାକିବାର ଥିଲା। କିନ୍ତୁ ମୁଁ ଆପଣଙ୍କୁ ‘ଥଲୈବାରାୟ, ଥଲୈବାରାୟ (ମୋ ନେତା) ବୋଲି ବହୁ ବାର ଡାକିଛି। ଆପ୍ପା ଡାକିବାକୁ ଯେମିତି ମୁଁ ଭୁଲିଯାଇଥିଲି। ଆଜି ଆପଣଙ୍କୁ ଆପ୍ପା ଡାକିବାକୁ ମୋର ଇଛା ହେଉଛି। ତେଣୁ ଶେଷ ଥର ପାଇଁ ଆପଣଙ୍କୁ ଆପ୍ପା ଡାକିପାରେ କି?’’
କଫିନ୍ରେ ଶେଷ ଶବ୍ଦ
ଷ୍ଟାଲିନ୍ଙ୍କ ଆବେଗପୂର୍ଣ୍ଣ ଚିଠି: ଶେଷଥର ପାଇଁ ଆପ୍ପା ଡାକିବି କି?
/sambad/media/post_attachments/wp-content/uploads/2018/08/karunanidhi-passes-away_c2651b48-9ab3-11e8-8838-278d266b5e3b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)