ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କ ଶେଷ କାର୍ଯ୍ୟ ଦିବସ, ବିଦାୟୀ ଭାଷଣ ଦେବାବେଳେ ଆଖି ଛଳଛଳ ହୋଇଗଲା

ନୂଆଦିଲ୍ଲୀ : ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଆସନ୍ତାକାଲି ସୁପ୍ରିମକୋର୍ଟରୁ ଅବସର ନେବେ। ପ୍ରଥମ ମହିଳା ଓକିଲ ଭାବେ ସେ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତ ହୋଇଥିଲେ। ସୁପ୍ରିମକୋର୍ଟରେ ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା। ଜଷ୍ଟିସ୍‌ ଇନ୍ଦୁ ମାଲ୍‌ହୋତ୍ରା ଆଜି ଶେଷ ଥର ପାଇଁ ପ୍ରଧାନ ବିଚାରପତି ଏସ୍‌ ଏ ‌ବୋବଡେଙ୍କ ସହ ଖଣ୍ଡପୀଠରେ ବସିଥି‌ଲେ। ବିଦାୟୀ ଭାଷଣ ଦେବାବେଳେ ଜଷ୍ଟିସ୍‌ ଇନ୍ଦୁଙ୍କର ଆଖି ‌ଛଳ ଛଳ ହୋଇଯାଇଥିଲା। ସୁପ୍ରିମକୋର୍ଟରେ ଜଣେ ବିଚାରପତି ଭାବେ କାମ କରି ସେ ଖୁବ୍‌ ଖୁସି ଏବଂ ନ୍ୟାୟିକ ପଦ୍ଧତି ପ୍ରତି ତାଙ୍କର ଯେଉଁ ଅବଦାନ ରହିଛି ସେଥିପାଇଁ ସେ ଖୁବ୍‌ ଆନନ୍ଦିତ ବୋଲି କହିଥିଲେ। ପ୍ରଧାନ ବିଚାରପତି ‌ବୋବଡେ କହିଥିଲେ, ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କ ଭଳି ଜଣେ ଉତ୍ତମ ବିଚାରପତିଙ୍କୁ ସେ‌ କେବେ ଦେଖିନାହାନ୍ତି। ତାଙ୍କ ଭାବନା ଏବଂ ଭାବା‌ବେଗକୁ ମୁଁ ବୁଝିପାରୁଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ଏଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ ମଧ୍ୟ ବିଦା‌ୟୀ ‌ବୈଠକ‌ରେ ଉପସ୍ଥିତ ଥିଲେ। ବେଣୁଗୋପାଳ କହିଛନ୍ତି, ଜଷ୍ଟିସ୍‌ ମାଲ୍‌ହୋତ୍ରା ସୁପ୍ରିମକୋର୍ଟର ଜଣେ ମହାନ ବିଚାରପତି ଏବଂ ସେ ଖୁବ୍‌ ଜଲ୍‌ଦି ଅବସର ନେଇଗଲେ।

ସମ୍ବନ୍ଧିତ ଖବର