ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର, ଖୁବଶୀଘ୍ର ଘରକୁ ଫେରିବା ସମ୍ଭାବନା

ନୂଆଦିଲ୍ଲୀ : କିମ୍ବଦନ୍ତୀ କଣ୍ଠଶିଳ୍ଵୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଓ ତାହା ଧୀରେ ଧୀରେ ସୁଧୁରୁଛି । ତାଙ୍କୁ ଖୁବ ଶୀଘ୍ର ଘରକୁ ନିଆଯିବ । ଆପଣସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ବୋଲି ତାଙ୍କ ପରିବାରର ଜଣେ ମୁଖପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ ନିଶ୍ୱାସ ନେବାର ସମସ୍ୟା ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଗତ ସୋମବାର ରାତି ୨ଟା ବେଳେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବରିଷ୍ଠ ଡାକ୍ତର ଫାରୁକ ଉଦଓ୍ଵାଦିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ ।
ତାଙ୍କ ଅବସ୍ଥା ଉଦବେଗଜନକ ରହିଛି ବୋଲି ଦୁଇଦିନ ତଳେ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଗତ ସେପ୍ଟେମ୍ବର ୨୮ ତାରିଖରେ ସେ ୯୦ ବର୍ଷରେ ପଦାର୍ପଣ କରିଥିଲ । ପ୍ରାୟ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ମଙ୍ଗେସକରଙ୍କୁ ଗତ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କେବଳ ହିନ୍ଦୀ ଚଳଚ୍ଚିତ୍ରରେ ସେ ୧୦୦୦ରୁ ଅଧିକ ଗୀତ ଗାଇଛନ୍ତି ।

ସମ୍ବନ୍ଧିତ ଖବର