ମୁମ୍ବାଇ: ଉଭୟ କୋଭିଡ୍ ଏବଂ ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ ଗାୟିକା ଲତା ମଙ୍ଗେସ୍କର୍ ଆଉ କିଛି ଦିନ ‘ଆଇସିୟୁ’ ୱାର୍ଡରେ ରହିବେ ବୋଲି ଡାକ୍ତର କହିଛନ୍ତି।
ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଲତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, ଗାୟିକା ଲତା ମଙ୍ଗେସ୍କର୍ ‘ଆଇସିୟୁ’ ୱାର୍ଡରେ ରହିବେ। ତାଙ୍କୁ ୧୦-୧୨ ଦିନ ନିରୀକ୍ଷଣରେ ରଖାଯିବ। କୋଭିଡ୍ ସହ ସେ ମଧ୍ୟ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ତାଙ୍କ ଝିଆରୀ ରଚନା କହିଛନ୍ତି, ସେ ଭଲ ଅଛନ୍ତି; କେବଳ ବୟସଗତ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପସ୍ବରୂପ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଛି। ଆମ ଘର କଥାକୁ ସମ୍ମାନ ଦିଅନ୍ତୁ ଏବଂ ଦିଦିଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ।
Image Courtesy of Republic Worldଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ କୋଭିଡ୍-୧୯ଜନିତ ନିମୋନିଆରେ ଆକ୍ରାନ୍ତ ହୋଇଥିବା ୯୨ ବର୍ଷୀୟ ଲତା ମଙ୍ଗେସ୍କର୍ଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ଛାତିରେ ଭୂତାଣୁଜନିତ ଅବରୋଧରେ ଆକ୍ରାନ୍ତ ହୋଇଥିବା ଲତାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Lata-Mangeshkar-Covid-Nimonia_Thumbnail.jpg)